ଯଶିପୁର : ଗୋଟିଏ ଦିନରେ ପୃଥକ ପୃଥକ ତିନୋଟି ମାମଲା ରୁଜୁ

ଯଶିପୁର ଥାନାରେ ଗୋଟିଏ ଦିନରେ ପୃଥକ ପୃଥକ ତିନୋଟି ମାମଲା ରୁଜୁ ହୋଇଛି । ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ବେଲେ ଗୋଟିଏ ହତ୍ୟା ମାମଲା ରୁଜୁ ହେଇଛି ।

କରଞ୍ଜିଆ : ଯଶିପୁର ଥାନାରେ ଗୋଟିଏ ଦିନରେ ପୃଥକ ପୃଥକ ତିନୋଟି ମାମଲା ରୁଜୁ ହୋଇଛି । ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ବେଲେ ଗୋଟିଏ ହତ୍ୟା ମାମଲା ରୁଜୁ ହେଇଛି । ଯଶିପୁର ଥାନା ଅନ୍ତର୍ଗତ ଭୁପଟ ଗାଁର ସାଧୁ ହୋଙ୍କ ଘର ଭିତରୁ ୫ ଦିନ ପରେ ମୃତ ଦେହ ଉଦ୍ଧାର କରିଛି ଯଶିପୁର ପୋଲିସ । ମୃତ ବ୍ଯକ୍ତିଙ୍କ ନାଁ ହେଉଛି ସାଧୁ ହୋ । ହତ୍ୟା ସନ୍ଦେହ କରି ମାମଲା ରୁଜୁ କରିଛି ପୋଲିସ ।

ଆଜି ଅଧିକ ତଦନ୍ତ କରିବା ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ପହଁଚି ଥିଲେ । ତାଙ୍କର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସେହିପରି ଧାତିକିଆ ଗାଁରେ ଦେବ କୁମାର ମହାନ୍ତ ନିଜ ପୁଅକୁ ବ୍ଲେଡ଼ରେ କାଟି ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି । ଗଛରୁ ତାଙ୍କର ମୃତ ଦେହ ଉଦ୍ଧାର କରିଛି ପୋଲିସ ।

ମୃତ୍ୟୁ ଦେବ କୁମାର ମହାନ୍ତଙ୍କ ପୁଅର ଏବେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଅନ୍ଯଟି ହେଉଛି ଖଇରୀ ନଦୀର ସୀତାପତି ନିକଟରେ ଅଜଣା ବ୍ଯକ୍ତିଙ୍କ ମୃତ୍ୟୁ ଭାସି ଆସିଥିଲା । ତାଙ୍କର ଏପର୍ଯ୍ଯନ୍ତ ପରିଚୟ ମିଳିପାରି ନାହଁ । ତାଙ୍କ ମୃତ ଦେହକୁ ଉଦ୍ଧାର କରିଛି ଯଶିପୁର ପୋଲିସ । ଯଶିପୁର ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.