Below header

ବିଶ୍ଵ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଚମକିଲେ କିଟ୍‌ ଛାତ୍ର ଅମ୍ଲାନ୍‌, ୨ଶହ ମିଟର ଦୌଡରେ ବ୍ରୋଞ୍ଜ

ବିଶ୍ଵ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଚମକିଲେ କିଟ୍‌ ଛାତ୍ର ଅମ୍ଲାନ୍‌ ବୋର୍ଗୋହେନ୍‌। ଶ୍ରେଷ୍ଠ ସ୍କୋର ସହିତ ପୁରୁଷ ୨ଶହ ମିଟର ଦୌଡ ଫାଇନାଲରେ ଅମ୍ଲାନ୍‌ ୨୦.୫୫ ସେକେଣ୍ଡରେ ଦୌଡ଼ି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ବିଶ୍ଵ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଚମକିଲେ କିଟ୍‌ ଛାତ୍ର ଅମ୍ଲାନ୍‌ ବୋର୍ଗୋହେନ୍‌। ଶ୍ରେଷ୍ଠ ସ୍କୋର ସହିତ ପୁରୁଷ ୨ଶହ ମିଟର ଦୌଡ ଫାଇନାଲରେ ଅମ୍ଲାନ୍‌ ୨୦.୫୫ ସେକେଣ୍ଡରେ ଦୌଡ଼ି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହିତ ହାଙ୍ଗଜୋ ଏସିଆନ୍‌ ଗେମ୍‌ସ ପାଇଁ ମଧ୍ୟ ଅମ୍ଲାନ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅମ୍ଳାନ ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍‌ ଭାବରେ ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍‌ସରେ ଆଥଲେଟିକ୍‌ସ ଶୃଙ୍ଖଳାରେ ଜାତୀୟ ରେକର୍ଡ କରିବା ସହ ପଦକ ଜିତି ଭାରତ ତଥା କିଟ୍‌ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ ୨୦୧୯ରେ ଇଟାଲୀର ନାପୋଲିଠାରେ ପ୍ରଥମ ମହିଳା ମହିଳା ଭାବେ WUG ଆଥଲେଟିକ୍ସରେ ପଦକ ଜିତିଥିଲେ।

ଚଳିତ ପ୍ରତିଯୋଗିତାରେ ସେବୋ ଇସାଡୋର ମ୍ୟାଟସୋସୋ (ଦକ୍ଷିଣ ଆଫ୍ରିକା) ୨୦.୩୬ ସେକେଣ୍ଡ ସହ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ଜାପାନର ୟୁଦାଇ ନିଶି ୨୦.୪୬ ସେକେଣ୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଅମ୍ଳାନଙ୍କ ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.