ଗୁଣପୁର ପଥର ଖାଦାନରେ ବିସ୍ଫୋରଣ,ଜଣେ ମହିଳାଙ୍କ ସମେତ ୨ ଶ୍ରମିକ ମୃତ

ଗୁଣପୁର(କେନ୍ୟୁଜ୍): ଗୁଣପୁର ପଥର ଖାଦାନରେ ବିସ୍ଫୋରଣ। ଏହି ବିସ୍ଫୋରଣ ଯୋଗୁଁ ଜଣେ ମହିଳାଙ୍କ ସମେତ ମୋଟ୍‌ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଦ୍ୱାରା ଅନ୍ୟ ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ୩ ମୃତକ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କର ନାଁ ଡୁଡି ଶବର (୫୦)। ଆହତମାନେ ହେଲେ ବୁଡା ଶବର(୫୦), ପାନ୍ତୁଲ ଶବର (୪୫), ସୁକୁ ଶବର (୫୦), ବଳିଆ ଶବର (୧୦), ସମିୟାନ ଶବର (୧୨)।

blast gunpur

ପ୍ରାପ୍ତ ସୂଚନା ଅନୁସାରେ  ଗୁଣୁପୁର ଥାନା ଅଧିନସ୍ଥ ଓକିଲଗୁଡ଼ା ନିକଟରେ ଥିବା ଏକ ପଥର ଖାଦାନରେ ନୁଙ୍ଗୁରତାଳ ଜଲତାର, ସାମ୍ପିନି ଗ୍ରାମର ଶ୍ରମିକମାନେ ପଥର କାମ  କରୁଥିଲେ। ଏହି ସମୟରେ ଡିନାମାଇଟ ବିସ୍ଫେରଣ ଘଟିଥିଲା। ବିସ୍ଫୋରଣରେ  ପଥର ଖଣ୍ଡଗୁଡ଼ିକ ଶ୍ରମିକଙ୍କ ଦେହରେ ଆସି ବାଜିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।

Leave A Reply

Your email address will not be published.