Below header

ବ୍ରହ୍ମପୁର-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା, ମାଛ ଗୋଦାମ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ ଟଙ୍କା

ଟାଙ୍ଗୀ: ବ୍ରହ୍ମପୁର ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା। ମାଛ ଗୋଦାମ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ ଟଙ୍କା। ସୂଚନା ଅନୁଯାୟୀ, ମାଛ ଗୋଦାମ କର୍ମଚାରୀ ସନ୍ତୋଷ ପରିଡା ପ୍ରତିଦିନ ମାଛ ଟ୍ରକ୍ ରେ କୋଲକାତା ଯାଇ ମାଛ ବିକ୍ରି କରିଥାନ୍ତି । ଗତକାଲି କୋଲକାତାରେ ମାଛ ବିକ୍ରି ସାରି ଟ୍ରକ ଫେରିଥିଲେ ମାଛ ଗୋଦାମକୁ । ମାଛ ଟ୍ରକ୍ ବଡ ପୋଖରିଆ ପେଟ୍ରୋଲ ପମ୍ପ ଠାରେ ଅଟକି ରହିଥିଲା । ସେଠାରୁ ସେ ଏକ ବାଇକରେ ୩ ଲକ୍ଷ ଟଙ୍କା ଧରି ଟାଙ୍ଗୀ ଫେରୁଥିଲେ ।

ଏହି ସମୟରେ ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଧିନସ୍ଥ କଟରାପଲ୍ଲୀ ଛକ ନିକଟରେ ଗୋଟିଏ ପଲସର ବାଇକ୍ ରେ ୨ ଜଣ ଲୁଟେରା ସଂଜୟଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ । ସଂଜୟ ବାଇକ୍ ଅଟକାଇବା କ୍ଷଣି ପଲସର ଗାଡିରୁ ଜଣେ ଲୁଟେରା ଓହ୍ଲାଇ ସଂଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ପ୍ରାଣ ବିକଳରେ ସଂଜୟ ଟଙ୍କା ବ୍ୟାଗକୁ ଦୁର୍ବୁତଙ୍କ ହାତକୁ ବଢାଇ ଦେଇଥିଲେ । ଏହି ଘଟଣା ନେଇ ସଂଜୟ ଚାନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.