କେନ୍ଦୁଝର ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ମହିଳା ମୃତ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା । ସ୍ଥାନୀୟ ପାଣ୍ଡ୍ୟା ପେଟ୍ରୋଲ ପମ୍ପରୁ ଏକ ଦମ୍ପତି ପେଟ୍ରୋଲ ଭର୍ତି କରି ବାହାରୁ ଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକରୁ ଦମ୍ପତି ପାଞ୍ଚ ବର୍ଷର ଛୁଆ ସହ ତଳେ ପଡି ଯାଇଥିଲେ । ବାଇକରୁ ପଡି ମହିଳା ଜଣକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି ।

ମହିଳା ଜଣଙ୍କ ବାରିଆ ଥାନା ଅନ୍ତର୍ଗତ ବରପଦା ଗ୍ରାମର ଭୁବନମୋହିନୀ ମହାନ୍ତ ଏବଂ ତାଙ୍କ ସ୍ୱାମୀଙ୍କ ନାଁ ଭାଗିରଥି ମହାନ୍ତ ବୋଲି ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଧକ୍କା ଦେଇଥିବା ଟ୍ରକଟି ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.