ଲୁଟେରାଙ୍କୁ ନାହିଁ ପୋଲିସ ଭୟ ! ବ୍ୟାଙ୍କ ସମ୍ମୁଖରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ବର ଜାଗମରା କାନାଡ଼ା ବ୍ୟାଙ୍କ ସମ୍ମୁଖରୁ ଲୁଟ୍ ହୋଇଛି । ବ୍ୟାଙ୍କ ସମ୍ମୁଖରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ଲୁଟର ଶୀକାର ହୋଇଛନ୍ତି ଭୀମଟାଙ୍ଗୀ ଅଞ୍ଚଳର ମନୋଜ ଲେଙ୍କା ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ମାତିଛନ୍ତି ଲୁଟେରା । ନୂଆ ନୂଆ କୌଶଳ ଆପଣାଉଛନ୍ତି। କିଛି ଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା ୯ ଜଣ ଲୁଟେରାଙ୍କୁ ବାନ୍ଧିଥିଲା କମିସନରେଟ ପୋଲିସ । ଘର, ଆପାର୍ଟମେଣ୍ଟ ପରେ ଏବେ ସେମାନଙ୍କ ନଜର ଏଟିଏମ୍‌ କାଉଣ୍ଟର ଓ ବ୍ୟାଙ୍କରୁ ଟଙ୍କା ଉଠାଇ ଥିବା ଲୋକଙ୍କ ଉପରେ ରହିଛି।

ଆଜି ଦିନ ଦ୍ବିପ୍ରହରରେ ଭୁବନେଶ୍ବର ଜାଗମରା କାନାଡ଼ା ବ୍ୟାଙ୍କ ସମ୍ମୁଖରୁ ଲୁଟ୍ ହୋଇଛି । ବ୍ୟାଙ୍କ ସମ୍ମୁଖରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ଲୁଟର ଶୀକାର ହୋଇଛନ୍ତି ଭୀମଟାଙ୍ଗୀ ଅଞ୍ଚଳର ମନୋଜ ଲେଙ୍କା । ମନୋଜ ଟଙ୍କା ଉଠାଇ ସାଙ୍ଗ ସହ ଛିଡା ହୋଇ କଥା ହେଉଥିବାବେଳେ ୨ ଜଣ ଯୁବକ ବାଇକରେ ଆସି ଟଙ୍କା ବ୍ୟାଗ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ ମନୋଜ ଖଣ୍ଡିଗିରି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.