WPL 2024 : ମ୍ୟାଚକୁ ଉପଭୋଗ କରି ଖେଳ…ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଶୁଭକାମନା ଜଣାଇଲେ ରିଷଭ ପନ୍ତ ଏବଂ ରିକି ପଏଣ୍ଟିଂ

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟରେ WPL ଫାଇନାଲ ମ୍ୟାଚ ଖେଳାଯିବ । ଏହି ଫାଇନାଲ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଶୁଭକାମନା ଜଣାଇଛନ୍ତି ପୁରୁଷ ଆଇପିଏଲ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଧିନାୟକ ରିଷଭ ପନ୍ତ ।

ଆଜି WPL ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟରେ ଏହି ମ୍ୟାଚ ଖେଳାଯିବ । ଏହି ଫାଇନାଲ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଶୁଭକାମନା ଜଣାଇଛନ୍ତି ପୁରୁଷ ଆଇପିଏଲ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଧିନାୟକ ରିଷଭ ପନ୍ତ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ଟିମକୁ ଫାଇନାଲରେ ଜିତିବା ପାଇଁ ଶୁଭକାମନା ଦେଇଛନ୍ତି । ଆପଣ ନିଜ ଫାଇନାଲକୁ ଉପଭୋଗ କରନ୍ତୁ । ରିଷଭଙ୍କ ସହିତ ଟିମର କୋଚ ରିକି ପଏଣ୍ଟିଂ ମଧ୍ୟ ଶୁଭକାମନା ଦେଇଛନ୍ତି ।

ପ୍ରଥମ ଥର ପାଇଁ ଟାଇଟଲ ଜିତିବା ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇ ଇଣ୍ଡିଆନ୍ସକୁ ଆରସିବି ରୋମାଞ୍ଚକ ଭାବେ ୫ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲକୁ ଆସିଛି । ଗତବର୍ଷର ପ୍ରଥମ ସଂସ୍କରଣ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ହାରିଯାଇଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏହି ମହିଳା ମୁକୁଟ ଜିତିବା ନେଇ ଆଶାବାଦୀ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଋତୁରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜଠାରୁ ପରାସ୍ତ ହୋଇଥିବାବେଳେ ଅନ୍ୟ ସମସ୍ତ ମ୍ୟାଚରେ ପ୍ରାୟ ପରଫେକ୍ଟ ଖେଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.