ଆଜି ମୁମ୍ବାଇରେ ସରୁଛି ରାହୁଲଙ୍କ ନ୍ୟାୟ ଯାତ୍ରା, ଶକ୍ତି ପ୍ରଦର୍ଶନ କରିବ INDIA ମେଣ୍ଟ

ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳଙ୍କ ଶିବିର ଚଳଚଞ୍ଚଳ । ବିରୋଧୀ ଇଣ୍ଡିଆ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବ । ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମୁମ୍ବାଇରେ ଶେଷ ହେଉଛି ।

ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳଙ୍କ ଶିବିର ଚଳଚଞ୍ଚଳ । ବିରୋଧୀ ଇଣ୍ଡିଆ ମେଣ୍ଟ ଶକ୍ତି ପ୍ରଦର୍ଶନ କରିବ । ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମୁମ୍ବାଇରେ ଶେଷ ହେଉଛି । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ ।

ନ୍ୟାୟ ଯାତ୍ରାର ଶେଷ ଦିନରେ ଯୋଗ ଦେବେ ଏମ୍‌କେ ଷ୍ଟାଲିନ, ଅଖିଲେଶ ଯାଦବ ଓ ତେଜସ୍ୱୀ ଯାଦବ । ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଶରଦ ପାୱାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ମଧ୍ୟ ଯୋଗ ଦେବେ । ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ ।

ମୁମ୍ବାଇରୁ ଏକତାର ବାର୍ତ୍ତା ଦେବ ଇଣ୍ଡିଆ ମେଣ୍ଟ । ଜାନୁୟାରୀ ୧୪ରେ ଇମ୍ଫାଲରୁ ଆରମ୍ଭ ହୋଇଥିଲା ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ୧୫ ରାଜ୍ୟର ୧୦୦ ଲୋକସଭା କ୍ଷେତ୍ର ଅତିକ୍ରମ କରି ମୁମ୍ବାଇରେ ପହଞ୍ଚିଛି । ରାହୁଲ କହିଛନ୍ତି, ଭାରତ ଏକ ପ୍ରେମ ଓ ମୈତ୍ରୀର ଦେଶ । ଏଠି ବିଜେପି ଘୃଣା ପ୍ରଚାର କରୁଛି । ପ୍ରତିଦିନ ଦେଶରେ ମହିଳା, ଗରିବ ଓ ଯୁବବର୍ଗଙ୍କ ପ୍ରତି ଅନ୍ୟାୟ ହେଉଛି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିଭିନ୍ନ ରାଜ୍ୟ ଦେଇ ଯିବା ପରେ ଶନିବାର ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଥିଲା । ବର୍ତ୍ତମାନ ଏହି ଯାତ୍ରା ମହାରାଷ୍ଟ୍ରର ପାଲଘରରେ ରହିଛି । ଏହି ମେଗା ରାଲିରେ ଇଣ୍ଡିଆ ମେଣ୍ଟ ଏକଜୁଟ ହୋଇ ଆଗାମୀ ନିର୍ବାଚନ ନେଇ ଦେଶବାସୀଙ୍କୁ ବାର୍ତ୍ତା ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.