ଶାଶୁ ଘରକୁ ଯାଉଥିବା ସମୟରେ ରେଳ ଷ୍ଟେସନରୁ ଜ୍ୱାଇଁ ନିଖୋଜ, ଥାନାରେ ଅଭିଯୋଗ ଦେଲେ ପରିବାର ଲୋକେ

ସେ ସଇଁତଳା ଥାନା କନ୍ଦକେଲ ଗାଁରେ ଥିବା ନିଜ ଶାଶୁ ଘର କୁ ଯାଉଥିଲେ । ସକାଳ ୭ଟା ୨୭ ମିନିଟ୍ ରେ ପତ୍ନୀ ନମିତା ମେହେରଙ୍କ ସହ କଥା ହୋଇଥିଲେ । କିନ୍ତୁ ତା ପରେ ପରେ ଗୁଣନିଧିଙ୍କ ମୋବାଇଲ ବନ୍ଦ ରହିଛି ।

ବରଗଡ଼ (କେନ୍ୟୁଜ): ବରଗଡ଼ ରେଳ ଷ୍ଟେସନରୁ ୩୨ ବର୍ଷିୟ ବିବାହିତ ଯୁବକ ନିଖୋଜ । ବରଗଡ଼ ଜିଲ୍ଲା ଭେଡେନ ଗ୍ରାମ ର ଗୁଣନିଧି ମେହେର ଓରଫ ବାବୁଲୁ ନିଖୋଜ ଅଛନ୍ତି । ସେ ବରଗଡ଼ ସହର ବାନ୍ଦୁଟିକ୍ରା ସ୍ଥିତ ESI ଅଫିସ ରେ କାର୍ଯ୍ୟ କରନ୍ତି । ଗୁଣନିଧି ସମ୍ବଲପୁର – ରାୟଗଡ଼ ଟ୍ରେନରେ ସଇଁତଳା ଅଭିମୁଖେ ଯିବା ପାଇଁ ଭେଡେନ ଠାରୁ ନିଜ ସାଙ୍ଗ ସହ ମୋଟର ସାଇକେଲରେ ବରଗଡ଼ ରେଳ ଷ୍ଟେସନରେ ପହଞ୍ଚିଥିଲେ ।

ସେ ସଇଁତଳା ଥାନା କନ୍ଦକେଲ ଗାଁରେ ଥିବା ନିଜ ଶାଶୁ ଘର କୁ ଯାଉଥିଲେ । ସକାଳ ୭ଟା ୨୭ ମିନିଟ୍ ରେ ପତ୍ନୀ ନମିତା ମେହେରଙ୍କ ସହ କଥା ହୋଇଥିଲେ । କିନ୍ତୁ ତା ପରେ ପରେ ଗୁଣନିଧିଙ୍କ ମୋବାଇଲ ବନ୍ଦ ରହିଛି । ଗୁଣନିଧି ଶାଶୁ ଘର କନ୍ଦକେଲ ଗାଁରେ ପହଞ୍ଚି ନାହାନ୍ତି କି ନିଜ ଗାଁ ଭେଡେନରେ ପହଞ୍ଚି ନାହାନ୍ତି। ତେଣୁ ପରିବାର ବର୍ଗ ଚିନ୍ତାରେ ପଡିଯାଇଛନ୍ତି । ବରଗଡ଼ ଟାଉନ୍ ଥାନା ଏବଂ R P F ଥାନାରେ ଗୁଣନିଧି ମେହେର ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଗୁଣନିଧି ମେହେର ୨ ବର୍ଷ ତଳେ ସଇଁତଳା ଥାନା କନ୍ଦକେଲ ଗାଁର ନମିତା ମେହେରଙ୍କୁ ବିବାହ କରିଥିବା ବେଳେ ତାଙ୍କ ଚାରି ମାସର ଯାଆଁଳା ଶିଶୁ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.