ପୋଲିସର ବଡ ସଫଳତା, ରାଉରକେଲା ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ରାଉରକେଲା(କେନ୍ୟୁଜ୍‌): ରାଉରକେଲା ଓମଫେଡ ନିଛାଟିଆ ରାସ୍ତାରେ ସେପ୍ଟେମ୍ବର ୧୫ ତାରିଖ ଦିନ ହୋଇଥିବା ଗଣଦୁଷ୍କର୍ମର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ । ଆଜି ସନ୍ଧ୍ୟାରେ ପୋଲିସ ଏସପି କେ ଶିବା ସୁବ୍ରମଣି ଛେଣ୍ଡ ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ତିନି ଜଣଙ୍କ ସମେତ ଯୁବତୀ ଜଣକର ବିବାହିତ ଅଭିଯୁକ୍ତ ପ୍ରେମିକକୁ ମଧ୍ୟ ଗିରଫ କରିଥିବା ସୂଚନା ଦେଇଛନ୍ତି । ରାଉରକେଲାର କଲୁଙ୍ଗା ଇଣ୍ଡଷ୍ଟ୍ରିଆଲଇଷ୍ଟେଟ ଅଞ୍ଚଳ ସମେତ ଅନ୍ଯ କେତେକ ସ୍ଥାନରେ ବଲୋରୋରେ ଗଣଦୁଷ୍କର୍ମ କରିଥିଲେ । ସୂଚନାଯୋଗ୍ଯ ଯେ ଯୁବତୀକୁ ପ୍ରେମ ଜାଲରେ ଫଶାଇ ଜଣେ ବିବାହିତ ଯୁବକ, ଯୁବତୀ ଜଣକୁ ବିବାହର ପ୍ରତିଶୃତି ଦେଇ ପୂର୍ବାହ୍ନରେ ଗୁରୁଣ୍ଡିଆ ରାସ୍ତାରେ ମୋଟର ବାଇକରେ ଆସୁଥିବାବେଳେ ଚୋରା ବୋଲେରୋ ଗାଡ଼ି ଧକ୍କା ଦେଇଥିଲା ।

ନିଜ ପ୍ରେମିକ ସହ ଆସୁଥିବା ମୋଟର ବାଇକକୁ ଧକ୍କା ଦେଇ  ଯୁବତୀ ଜଣକୁ କିଡନାପ କରି ବୋଲେରୋରେ ରାଉରକେଲା ନେଇଆସିଥିଲେ ତିନି ଅଭିଯୁକ୍ତ । ଓମଫେଡ କାର୍ଯ୍ଯାଳୟକୁ ଯାଉଥିବା ନିଛାଟିଆ ରାସ୍ତାରେ କରିଥିଲେ ଗଣଦୁଷ୍କର୍ମ । ସକାଳ ହୋଇଯିବାରୁ ଲୋକମାନଙ୍କୁ ଦେଖି ଅଭିଯୁକ୍ତମାନେ ପୀଡ଼ିତାକୁ ସେଠାରେ ଛାଡ଼ି ଚାଲିଯାଇଥିଲେ । ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରି ୧୬ ତାରିଖରେ ଛେଣ୍ଡଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ରାଉରକେଲା ଏସପି କେ ଶିବା ସୁବ୍ରମଣିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଘଟଣାର ଅନୁସନ୍ଧାନ ଦାୟିତ୍ୱ ନେବା ପରେ ଆଜି ଘଟଣାର ପର୍ଦ୍ଧାଫାଶ ହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ସେମାନଙ୍କ ନିକଟରୁ ଦୁଇଟି ଚୋରା ବୋଲେରୋ ସହ ତିନୋଟି ମୋବାଇଲ ଜବତ କରିବା ସହ ଅଳ୍ପ ଦିନ ପୂର୍ବରୁ ଚୋରୀ ଓ ଲୁଟ୍ ମାମଲାରେ କିଛି ଦିନ ପୂର୍ବରୁ ଜେଲରୁ ଫେରିଥିବା ଏହି ଅଭିଯୁକ୍ତମାନେ ଆଉ କେଉଁ ମାମଲାରେ ସମ୍ପୃକ୍ତ ଅଛନ୍ତି ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.