ଧାନ ବୁଣିବା ପାଇଁ ବିଲକୁ ଯାଇଥିବା ବେଳେ ବଜ୍ରାଘାତ, ଚାଲିଗଲା ୩ ଜୀବନ

ଉମରକୋଟ(କେନ୍ୟୁଜ୍):   ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରାଘାତ ନେଲା ୩ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ାର ପାତ୍ରିମାଲରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ ଧନ ସିଂ, ତାଙ୍କ ଭଉଣୀ ରାଇମଣୀ ଗଣ୍ଡ ଓ ଅନ୍ୟ ଜଣେ ଯୁବର ଅମରୁ ନାୟକ । ଧାନ ବୁଣିବା ପାଇଁ ବିଲକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ୪ଟି ଗୋରୁଙ୍କର ବି ମୃତ୍ୟୁ ହୋଇଛି ।