ଘରର ମୁଖ୍ୟ ଦ୍ୱାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ,ନଚେତ ହୋଇପାରେ ବହୁତ କ୍ଷତି

ଘରର ମୁଖ୍ୟ ଦ୍ୱାର କେବଳ ଯିବା ଆସିବା ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଘରକୁ ସକରାତ୍ମକ ଶକ୍ତି ପ୍ରବେଶର ମୁଖ୍ୟ ମାଧ୍ୟମ ମଧ୍ୟ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ମୁଖ୍ୟ ଦ୍ୱାରର ଦିଗ ବହୁତ ମହତ୍ୱ ହୋଇଥାଏ । ଘରର ମୁଖ୍ୟ ଦ୍ୱାରରେ ଏମିତି କିଛି ଜିନିଷ ଯଦି ରଖାଯାଏ ତେବେ କେବଳ ନକରାତ୍ମକ ଶକ୍ତି ଯେ ପ୍ରବେଶ କରିଥାଏ ତାହା ନୁହେଁ ଏହା ଘରର ସୁଖ ଶାନ୍ତି ନଷ୍ଟ କରିଥାଏ । ଘରର ସୁଖ-ସମୃଦ୍ଧି ଉପରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାରରେ କେଉଁ ଜିନିଷ ରଖିବା କଥା ନୁହେଁ ।

୧. ମନି ପ୍ଲାଣ୍ଟ :

ଆଜିକାଲି ବହୁତ ଲୋକ ଘର ସଜାଇବା ପାଇଁ ଘରର ମୁଖ୍ୟ ଦ୍ୱାରରେ ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଗଛ ଲତାକୁ ସକରାତ୍ମକ ଶକ୍ତିର କାରକ ମନାଯାଇଥାଏ । ଘରର ମୁଖ୍ୟ ଦ୍ୱାରରେ ମନି ପ୍ଲାଣ୍ଟ ରଖିବା ଶୁଭ ହୋଇ ନଥାଏ । ପରିବାର ଲୋକଙ୍କ ବ୍ୟର୍ଥ ଖର୍ଚ୍ଚ ବଢ଼ିଯାଇଥାଏ । ଏହି ଗଛ ମୁଖ୍ୟ ଦ୍ୱାରରେ ଲଗାଇବା ଉଚିତ ନୁହେଁ ।

୨. ଲାଫିଙ୍ଗ ବୁଦ୍ଧ :

ପେଙ୍ଗ ସୁଇ ଶାସ୍ତ୍ର ଅନୁସାରେ ଘରେ ଲାଫିଙ୍ଗ ବୁଦ୍ଧ ରଖିଲେ ଗୁଡ ଲକ୍‌ ଓ ସମୃଦ୍ଧି ବଢ଼ିଥାଏ । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାରରେ ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି କେବେ ରଖିବା ଉଚିତ୍‌ ନୁହେଁ । କୁହାଯାଏ ଘର ବାହାରେ ବାହାର ପଟକୁ ଲାଫିଂ ବୁଦ୍ଧ ରଖିବା ଦ୍ୱାରା ଘରର ପଇସା ବାହାରକୁ ଯାଇଥାଏ ।

୩. ମା ଲକ୍ଷ୍ମୀଙ୍କ ମୂର୍ତ୍ତି

ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମା’ ଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଲଗାଇବା ଉଚିତ ନୁହେଁ । ଏହାଦ୍ୱାରା ଆର୍ଥିକ ସ୍ଥିତିରେ କ୍ଷତି ପହଞ୍ଚିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.