ଲ୍ୟାଣ୍ଡମାଇଁନ ବିସ୍ପୋରଣରେ ୩ ଯବାନ ସହିଦ, ୧୪ ଯବାନ ଗୁରୁତର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା  ଏବଂ ବିଜାପୁର ଜିଲ୍ଲା ସୀମାନ୍ତବର୍ତି ଟେକେଲଗୁଡମ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା  ଏବଂ ବିଜାପୁର ଜିଲ୍ଲା ସୀମାନ୍ତବର୍ତି ଟେକେଲଗୁଡମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।   ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣରେ ୩ ଯବାନ ସହିଦ ହୋଇଥିବା ବେଳେ ୧୪ ଯବାନ ଗୁରୁତର ହୋଇଛନ୍ତି । ନୂଆ ସୁରକ୍ଷା କର୍ମୀଙ୍କ କ୍ୟାମ୍ପ ଆଜି ସ୍ଥାପିତ ହୋଇଥିବା ବେଳେ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।  ତେବେ ମାଓବାଦୀ ଏହାର ସୁଯୋଗ ନେଇ ଆମ୍ବୁସ ବିଛାଇ ଲ୍ୟାଣ୍ଡମାଇଁନ ବିସ୍ପୋରଣ କରିଥିଲେ ।  ଏଥିରେ ୧୪ ଯବାନ ଗୁରୁତର ହୋଇଥିବା ସୂଚନା । ଗୁରୁତର ଯବାନଙ୍କୁ ହେଲିକପ୍ଟର ଯୋଗେ ଜଗଦଲପୁର ଏବଂ ରାୟପୁର ମେଡିକାଲକୁ ସ୍ଥାନନ୍ତର କରାଯାଉଛି ।  DRG, STF ଏବଂ CRPF ର କୋବ୍ରା ଯବାନ ପକ୍ଷରୁ କୁମ୍ବିଙ୍ଗ ଅପରେସନ କରାଯାଇଥିଲା । ତେବେ ପୋଲିସର ଗୁଳି ସାମ୍ନା କରି ନପାରି ଛାତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।  ଏବେବି ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.