Below header

ଲଞ୍ଚୁଆ ପୋଲିସଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସପି, କାଠ ଚୋରା ଚାଲାଣକାରୀଙ୍କଠାରୁ ଲାଞ୍ଚ ନେବା ଭିଡିଓ ହୋଇଥିଲା ଭାଇରାଲ

କେନ୍ୟୁଜ୍(ବ୍ୟୁରୋ): କାଠ ଚୋରା ଚାଲାଣକାରୀଙ୍କଠାରୁ ଲାଞ୍ଚ ନେବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଲା। ଲାଞ୍ଚକୁ ନେଇ ଭିଡ଼ିଓ ଭାଇରାଲ ପରେ ପଦାରେ ପଡିଲେ ଅଧିକାରୀ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଏସ୍‌ପି। ତଦନ୍ତ ପରେ ଯୁଯୁମରା ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଗାଡ଼ିର ଡ୍ରାଇଭର, ଜଣେ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି। ସୂଚନା ମୁତାବକ ଗତ ବୁଧବାର ଦିନ ଯୁଯୁମରା ଥାନା ବାଗଦଫା ଗାଁର ଦିଲେଶ୍ୱର ଦୂତିଆଚାନ୍ଦଙ୍କଠାରୁ ବେଆଇନ କାଠ ଜବତ ହୋଇଥିଲା। ମାମଲା ରଫାଦଫା ପାଇଁ ଜନେ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ କୁହାଯାଇଥିଲା। ଜଣେ ପାନ ଦୋକାନୀ ଜରିଆରେ ଲାଞ୍ଚ ନେବାକୁ ଆସିଥିଲା ଗାଡ଼ିର ଡ୍ରାଇଭର ଜଗନ୍ନାଥ ଜେନା। କିନ୍ତୁ ସେ ସମୟର ଭିଡ଼ିଓ ଭାଇରାଲ ହେବା ପରେ ସତ ପଦାକୁ ଆସିଥିଲା। ସବୁର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସ୍‌ପି କହିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.