କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିବାରୁ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତ ପୁର ଠାରେ ଥିବା ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିବାରୁ ୩ଶିଶୁଙ୍କ ମୃତ୍ୟୁ ଘଟିଛି। ଜଣେ ଛାତ୍ର ଗୁରୁତର ହେବାରୁ କଟକ ପଠାଯାଇଛି । ମୃତକ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର। ସେମାନଙ୍କ ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ ।

ଶନିବାର ରାତିରେ ସାପ କାମୁଡିବାରୁ ସେମାନେ ଅସୁସ୍ଥ ହୋଇପଡିଥିଲେ । ରବିବାର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ୨ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶଥାଉକି ୨ ଦିନ ତଳେ କେନ୍ଦୁଝର ଠାରେ ଏକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.