Below header

ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ, ଏଯାଏଁ ମିଳୁନି ପତ୍ତା

ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ । ସାଙ୍ଗ ହୋଇ ୭ ଜଣ ବନ୍ଧୁ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ଏହି ସାତ ଜଣଙ୍କ ମଧ୍ୟରୁ ଢେଙ୍କାନାଳର ୩ଜଣ, ଚୌଦ୍ବାର ଓ ଭୁବନେଶ୍ବରରୁ ୨ ଜଣେ ଲେଖାଏ ଛାତ୍ର ଅଛନ୍ତି । ଏମାନେ ସମସ୍ତେ ଇଂଜିନିୟରିଂ ଛାତ୍ର ।

ଢେଙ୍କାନାଳ (କେନ୍ୟୁଜ): ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ । ସାଙ୍ଗ ହୋଇ ୭ ଜଣ ବନ୍ଧୁ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ଏହି ସାତ ଜଣଙ୍କ ମଧ୍ୟରୁ ଢେଙ୍କାନାଳର ୩ଜଣ, ଚୌଦ୍ବାର ଓ ଭୁବନେଶ୍ବରରୁ ୨ ଜଣେ ଲେଖାଏ ଛାତ୍ର ଅଛନ୍ତି । ଏମାନେ ସମସ୍ତେ ଇଂଜିନିୟରିଂ ଛାତ୍ର । ଢେଙ୍କାନାଳର ସଦର ଥାନା ସିମିନଇ ଗାଁରେ ଚନ୍ଦ୍ରଶେଖର ସିଂଙ୍କ ତାଙ୍କର ଅନ୍ୟ ୬ ଜଣ ସାଙ୍ଗଙ୍କ ସହ ମିଶି ସିକ୍କିମ ବୁଲିବାକୁ ଯାଇଥିବା ବେଳେ ବନ୍ୟା ପରେ ଏବେ ତାଙ୍କର ପତ୍ତା ମିଳୁନାହିଁ।

ଗତ ୨ ତାରିଖ ରାତି ୯ଟାରେ ଶେଷ ଥର ଚନ୍ଦ୍ରଶେଖରଙ୍କ ସହ ଶେଷ ଥର କଥା ହୋଇଥିଲେ ପରିବାର ଲୋକ । ଏହାପରେ ପୁଅ କିମ୍ବା ତାଙ୍କର ସାଙ୍ଗମାନଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇ ପାରୁନଥିବାରୁ ପରିବାର ଲୋକେ ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି । ପୁଅକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେହିପରି ପ୍ରଳୟଙ୍କରୀ ବନ୍ୟା ପରେ ଗ୍ୟାଙ୍ଗଟକରେ ୩ ଜଣ ସାଙ୍ଗ ଫସିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.