ଆଜି ପହଞ୍ଚିବ ସରୋଜଙ୍କ ପାର୍ଥିବ ଶରୀର, କାମାକ୍ଷାନଗର କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ
ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ । ଅପରାହ୍ଣରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସ୍ବତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ।
![jawan death](https://knewsodisha.com/wp-content/uploads/2023/10/jawan-death.jpg)
ଢେଙ୍କାନାଳ (କେନ୍ୟୁଜ): ଆଜି ଓଡ଼ିଶାରେ ପହଞ୍ଚିବ ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଆଜି ପାର୍ଥିବ ଶରୀରକୁ ବାଟାଲିୟନ୍ ୟୁନିଟ୍ କାର୍ଯ୍ୟାଳୟକୁ ଅଣାଯାଇ ସେଠାରୁ ବିମାନ ଯୋଗେ ଘରକୁ ପଠାଯିବ। ଅପରାହ୍ଣରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସ୍ବତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ।
ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସରୋଜଙ୍କ ଗାଁ କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପରେ ପହଞ୍ଚିବ। ଗାଁରେ ଶେଷଦର୍ଶନ ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସରୋଜଙ୍କ ପରବାରକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ । ସିକ୍କିମରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡିଆ ପୁଅ ହାବିଲଦାର ସରୋଜ ଦାସ । ଗତ ଫେବ୍ରୁୟାରୀ ମାସରେ ବିବାହ କରିଥିଲେ ସରୋଜ । ୨୦୧୨ରୁ ସେନାରେ ଇଏମଇ ଯବାନ ଭାବେ ନିଯୁକ୍ତି ପାଇଥିଲେ ସରୋଜ। ତାଙ୍କ ଅକାଳ ବିୟୋଗରେ ପରିବାରରରେ ଶୋକର ଛାୟା ଖେଳିଯାଇଛି ।