ସୋରଡ଼ାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩୦ ବଖରା ଘର । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜଳିଗଲା ୧୧ଟି ପରିବାରର ୩୦ରୁ ଅଧିକ ଘର । ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଗୋଟିଏ ଘରୁ ନିଆଁ ଲାଗିଥିଲା ।

ସୋରଡ଼ା(ବ୍ୟୁରୋ) : ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩୦ ବଖରା ଘର । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜଳିଗଲା ୧୧ଟି ପରିବାରର ୩୦ରୁ ଅଧିକ ଘର । ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଗୋଟିଏ ଘରୁ ନିଆଁ ଲାଗିଥିଲା ।

ଚାହୁଁ ଚାହୁଁ କିଛି ସମୟ ଭିତରେ ୩୦ଟି ଘରକୁ ଗିଳିଥିଲା ନିଆଁ । ସୋରଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିବାହ ପାଇଁ କିଛି ଲୋକ ଘରେ ଟଙ୍କା ଓ ଅଳଙ୍କାର ରଖିଥିଲେ । ସେସବୁ ମଧ୍ୟ ପୋଡି ଯାଇଛି । ଏବେ କେବଳ ପିନ୍ଧା ଲୁଗାକୁ ଛାଡି ଦେଲେ ସବୁ କିଛି ଚାଲିଯାଇଛି ନିଆଁର ଆଁରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.