କିସ୍‌ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କଲେ ଅଷ୍ଟ୍ରେଲିଆର ୩୦ ଜଣିଆ ଛାତ୍ରଛାତ୍ରୀ ପ୍ରତିନିଧି ଦଳ, ଡ. ଅଚ୍ୟୁତ ସାମନ୍ତ କଲେ ସ୍ୱାଗତ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି ଅଷ୍ଟ୍ରେଲିଆର ୩୦ ଜଣିଆ ଛାତ୍ରଛାତ୍ରୀ ପ୍ରତିନିଧି ଦଳ । କିସରେ ପହଞ୍ଚିବା ପରେ କିସ୍‌ ଛାତ୍ରୀମାନେ ଅତିଥିମାନଙ୍କୁ ଫୁଲଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ଏଥିସହ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ଅତିଥିମାନଙ୍କୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସମ୍ମାନିତ କରିଥିଲେ । ଛାତ୍ରଛାତ୍ରୀ ପ୍ରତିନିଧି ଦଳ କିସ୍‌ର ବିଭିନ୍ନ ବିଭାଗ ବୁଲିବା ସହ ଛାତ୍ରଛାତ୍ରୀମାନଙ୍କ ସହ ବହୁ ସମୟ ଅତିବାହିତ କରିଥିଲେ । ସମାଜ ପାଇଁ ଶିକ୍ଷାର କେତେ ଆବଶ୍ୟକତା ରହିଛି ସେ ସମ୍ପର୍କ ଆଲୋକପାତ କରାଇଥିଲେ ଅଷ୍ଟ୍ରେଲିଆର ଛାତ୍ରଛାତ୍ରୀ । ତାସହ କିସ୍‌ ବିଶ୍ୱରେ ଏକ ଅନନ୍ୟ ଅନୁଷ୍ଠାନ ବୋଲି ମଧ୍ୟ କହିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.