ଓଟି ରୁମରେ ପଶି ନବଜାତକ ଶିଶୁକୁ ଝୁଣି ଖାଇଦେଲା କୁକୁର, ପରିବାର ଲୋକଙ୍କୁ ଡାକ୍ତର ଦେଲେ ଭୂଲ ସୂଚନା

ଡାକ୍ତରଖାନାର ଓଟି ରୁମରେ ପଶି ନବଜାତକ ଶିଶୁକୁ ଖାଇଦେଲା କୁକୁର। ଡକ୍ତର କହିଲେ ମୃତ ଶିଶୁ ଜନ୍ମ ନେଇଛି। ପରିବାର ଲୋକଙ୍କ ସନ୍ଦେହ  ବଢିବାରୁ  ଓଟିକୁ ଯାଇ ଯାହା ଦେଖିଲେ ତାହା କଳ୍ପନା ବାହାର ଦୃଶ୍ୟ ଥିଲା। ଏଭଳି ଛାତି ଥରାଇଦେଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଫରୁଖବାଦ ଅଞ୍ଚଳର ଆକାଶ ଗଙ୍ଗା ହସ୍ପିଟାଲରେ । ଯେଉଁଠାକୁ ଫତେଗଡ କୋତବାଲି ମହଲାର ନଗଲା ଦିନାର ରବି କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ସୋମବାର ସକାଳ ୭.୩୦ରେ ପ୍ରସବ ପାଇଁ ଆଣିଥିଲେ। ମୋହିତ ଗୁପ୍ତା ନାମକ ଜଣେ ଡାକ୍ତର ରବି କୁମାରଙ୍କ ସ୍ତ୍ରୀଙ୍କୁ ସଫଳତାର ସହ ଅପରେସନ କରି ସନ୍ତାନ ପ୍ରସବ କରାଇଥିଲେ । କିନ୍ତୁ ଦିନ ୧୨ଟାରେ ପରିବାର ଲୋକଙ୍କୁ ଏକ ମୃତ ଶିଶୁ ଜନ୍ମ ନେଇଛି ବୋଲି  ସୂଚନା ଦିଆଗଲା। ପରିବାର ଲୋକେ ଶିଶୁଟିକୁ ଦେଖିବାକୁ କହିଥିଲେ।ହେଲେ ଅନେକ ଅନୁରୋଧ ପରେ ମଧ୍ୟ ପରିବାର ଲୋକଙ୍କୁ ଶିଶୁଟିକୁ ଦେଖିବା ପାଇଁ ଦିଆଗଲା ନାହିଁ। ଶେଷରେ ୧.୩୦ ବେଳକୁ  ପରିବାର ଲୋକଙ୍କ ଅନୁରୋଧ କ୍ରମେ ଶିଶୁ ଟିକୁ ଦେଖାଇଥିଲେ। ସେତେବେଳକୁ ଶିଶୁଟିର ଆଖି ଓ ଶରୀରରେ ଗଭିର କ୍ଷତ ଦେଖାଯାଇଥିଲା । କ୍ଷତ ବିଷୟରେ ଡାକ୍ତରଖାନା କର୍ମଚାରୀମାନଙ୍କୁ ପଚରା ଯିବାରୁ ସେମାନେ ସଠିକ କିଛି ଉତ୍ତର ଦେଇନଥିଲେ। ପରେ ପରିବାର ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ଅପରେସନ ଥିଏଟରରେ ଏକ କୁକୁର ପାଶି ଆସି ଶିଶୁଟିକୁ ଏଭଳି ଆଘାତ ଦେଇ ମାରିଦେଇଛି ।

जांच करती पुलिस

ଏହି ଘଟଣା ଜଣିବା ବେଳକୁ ଓଟି ଭିତରେ କୌଣସି ଡାକ୍ତର କିମ୍ବା ସହକର୍ମୀ ନଥିଲେ । କାଳେ ପରିବାର ସଦସ୍ୟଙ୍କ କିଛି ଆକ୍ସନ  ନେବେ ସେହି ଭୟରେ ସେମାନେ ସେଠାରୁ ଫେରାର୍ ହୋଇଯାଥିଲେ। ଘଟଣାକୁ ନେଇ ପରିବାର ଲୋକେ ଡାକ୍ତରଖାନା ପରିସର ମଧ୍ୟରେ ହଙ୍ଗାମା ସୃଷ୍ଟି କରିଦେଲେ । ଏହି  ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ  ବୁଝାସୁଝା କରିବା ସହ ଡାକ୍ତର ମୋହିତ ଗୁପ୍ତା ଓ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବାକୁ ପ୍ରତିଶୃତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.