Below header

ହିମାଚଳ ପ୍ରଦେଶ ରାସ୍ତାରେ ଅଚାନକ ମାଡ଼ି ଆସିଲା ବିଶାଳ ବରଫ ପାହାଡ଼, କଣ ହେଲା ଦେଖନ୍ତୁ ଭିଡିଓ

ଏବେ ସାରା ଦେଶରେ ଭୀଷଣ ଶୀତ ଅନୁଭୂତ ହେଉଛି । ହେଲେ ଆପଣ ଜାଣନ୍ତି ଆମ ଓଡ଼ିଶାରେ ସିନା ଆମେ ଦାରିଙ୍ଗବାଡ଼ି କି ଅନ୍ୟ କେଉଁଠି ବରଫ ଖୋଜିବୁଲୁ କିନ୍ତୁ ହିମାଚଳ ପ୍ରଦେଶରେ ଖାଲି ବରଫ ଆଉ ବରଫ ଦେଖିବାକୁ ମିଳେ । ଏଠାକାର ଲୋକେ ହଇରାଣ ହେଉଥିବା ବେଳେ ବାହାରୁ ଆସୁଥିବା ପର୍ଯ୍ୟଟକ ଏହାକୁ ଉପଭୋଗ କରନ୍ତି । ତେବେ ଏହି ବରଫ ପାହାଡ଼ ଯଦି ଅଚାନକ ଆପଣଙ୍କ ସାମନାକୁ ଆସିଯାଏ ତେବେ କଣ କରିବେ ?
ଏମିତି ଘଟଣା ଘଟିଛି ହିମାଚଳ ପ୍ରଦେଶର କିନ୍ନୋର ଠାରେ । ପାହାଡ଼ିଆ ରାସ୍ତାରେ ଗାଡ଼ି ସବୁ ଯାତାୟାତ କରୁଥିବା ବେଳେ ହଠାତ୍‌ ରାସ୍ତା କଡ଼ରେ ପାହାଡ଼ ଭଳି ଠିଆ ହୋଇଥିବା ବରଫ ସବୁ ତରଳି ରାସ୍ତା ଉପରକୁ ଚାଲି ଆସିଥିଲା । ଏହାର ଭିଡିଓ ବନାଇ ସେୟାର କରିଛନ୍ତି ଜଣେ ଯାତ୍ରୀ ସୁନୀଲ ମୋଦଗିଲ । ବରଫ ପାହାଡ଼ ତାଙ୍କ ଆଡ଼କୁ ମାଡ଼ି ଆସୁଥିବା ଦେଖି ସେ ପଛକୁ ଦୌଡ଼ିବାକୁ ଲାଗିଥିଲେ । ତାଙ୍କ ସହ ଅନ୍ୟ ପର୍ଯ୍ୟଟକ ମଧ୍ୟ ଦୌଡ଼ି ପଳାଇଥିଲେ । ଗୋଟିଏ ଗାଡ଼ି ଏହି ବିଶାଳ ବରଫ ଖଣ୍ଡର ପାଖ ଦେଇ ଆଗକୁ ଚାଲିଯିବାକୁ ଚେଷ୍ଟା କରି ବିଫଳ ହେବା ପରେ ପଛକୁ ଗିୟର ପକାଇ ଫେରିବାକୁ ଚେଷ୍ଟା କରିଥିଲା । ତେବେ ପଛରେ ମଧ୍ୟ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିବାରୁ ତାହା ସମ୍ଭବ ହେଲା ନାହିଁ । ଅବଶ୍ୟ ସେତେବେଳେକୁ ଦ୍ରୁତ ବେଗରେ ମାଡ଼ି ଆସୁଥିବା ଏହି ବିଶାଳ ବରଫ ଖଣ୍ଡର ଗତି ଧମେଇ ଯାଇଥିଲା ଏବଂ ପାଖରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ରକ୍ଷା ପାଇଗଲେ । ଦେଖନ୍ତୁ ସେହି ଭିଡିଓ ଯାହା ଜାନୁଆରୀ ୭ ତାରିଖରେ ଘଟିଥିଲା । ଆଉ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.