Below header

ସମ୍ବଲପୁର ସାଇବର ପୋଲିସକୁ ସଫଳତା, ସାଇବର ଠକକୁ କାବୁ କରି ଫେରାଇ ଆଣିଲା ୨୬ଲକ୍ଷ ୫୦ହଜାର ଟଙ୍କା

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ସାଇବର ଥାନାକୁ ବଡ଼ ସଫଳତା। ସାଇବର ଠକଙ୍କ ଫେରିଲା ୨୬ଲକ୍ଷ ୫୦ ହଜାର ଟଙ୍କା। ଟ୍ରିପଲ ଲେୟର ମାସ୍କ ଯୋଗାଇବାକୁ ସାଇବର ଠକ ଲୁଟି ନେଇଥିବା ଟଙ୍କା ଶେଷରେ ଫେରିପାଇଲେ ସମ୍ବଲପୁରର ମନୋଜ ବରାଳ। ବ୍ୟବସାୟୀ ମନୋଜ ବରାଳ ୨୦୨୦ ଜୁନ ୧୬ ତାରିଖରେ ଫେସ୍‌ବୁକରେ ଏକ ବିଜ୍ଞାପନ ଦେଖି ଦିଲ୍ଲୀର ଯତୀନ ସେହେଗଲଙ୍କୁ ଯୋଗାଯୋଗ କରିଥିଲେ। ଏହା ପରେ ଯତୀନ ତାଙ୍କୁ ଅନ୍‌ଲାଇନରେ ଟଙ୍କା ପଇଠ କରିବାକୁ କହିଥିଲେ।

ପାଞ୍ଚ ଥରରେ ମନୋଜ ୨୬ଲକ୍ଷ ୫୦ହଜାର ଟଙ୍କା ଯତୀନଙ୍କୁ ଦେଇଥିଲେ ମଧ୍ୟ ତାଙ୍କ ନିକଟକୁ କୌଣସି ମାଲ୍ ଆସିନଥିଲା। ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ମନୋଜ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ଦୀର୍ଘ ୯ ମାସ ପରେ ପୋଲିସ ରାଜ୍ୟ ବାହାରକୁ ଯାଇ ଦିଲ୍ଲୀ, ଫରିଦାବାଦ ପୋଲିସର ସହାୟତାରେ ଯତୀନକୁ ଧରିବାରେ ସଫଳ ହୋଇଥିଲା। ଯତୀନ ପାଖରୁ ପୋଲିସ ନଗଦ ଦଶ ଲକ୍ଷ ଟଙ୍କା, ମୋବାଇଲ ଫୋନ, ୧୦ଟି ବିଭିନ୍ନ କଂପାନୀର ସିମ କାର୍ଡ ଏବଂ ଏଟିଏମ କାର୍ଡ ଜବତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.