Below header

ମାର୍ଚ୍ଚ ମାସର ଶେଷ ପ୍ରଦୋଷ ବ୍ରତ ଆଜି, ଜାଣନ୍ତୁ ପୂଜା କରିବାର ବିଧି ଓ ମହତ୍ତ୍ବ

ଯେପରି ବର୍ଷକୁ ୨୪ଟି ଏକାଦଶୀ ରହିଥାଏ, ସେହିଭଳି ବର୍ଷ ୨୪ଟି ପ୍ରଦୋଷ ବ୍ରତ ମଧ୍ୟ ରହିଥାଏ। ମାସକୁ ଦୁଇଟି ପକ୍ଷ ପଡୁଥିବାରୁ ଶୁକ୍ଲପକ୍ଷ ତ୍ରେୟାଦଶୀ ତିଥିକୁ ପ୍ରଦୋଷ ବ୍ରତ କରାଯାଏ। ମାର୍ଚ୍ଚ ମାସର ଶେଷ ପ୍ରଦୋଷ ବ୍ରତ ଆଜି ଅର୍ଥାତ୍ ଫାଲଗୁନ ଶୁଳ୍କ ପକ୍ଷ ତ୍ରେୟାଦଶୀ ତିଥି ଦିନ ରଖାଯାଏ। ଯେଉଁ ଦିନ ପ୍ରଦୋଷ ବ୍ରତ ପଡିଥାଏ, ସେହିଦିନ ଅନୁସାରେ ଏହାର ନାମ ରହିଥାଏ। ଶୁକ୍ରବାର ପଡୁଥିବା କାରଣରୁ ଏହାକୁଶୁକ୍ର ପ୍ରଦୋଷ ବ୍ରତ କୁହାଯାଏ।

ପ୍ରଦୋଷ ବ୍ରତ ସବୁଠାରୁ ଶ୍ରେଷ୍ଠ ଫଳଦାୟୀ ବ୍ରତ ମଧ୍ୟରେ ଅନ୍ଯତମ। ପ୍ରଦୋଷ ବ୍ରତ ଭଗବାନ ଶିବକୁ ସମର୍ପିତ। ଏହି ଦିନରେ ଭଗବାନ ଶିକଙ୍କୁ ବିଧି ବିଧାନ ଭାବେ ପୂଜା କରିବା ଦ୍ବାରା ଆଶୀର୍ବାଦ ମିଳିଥାଏ। ସନ୍ତାନପ୍ରାପ୍ତି ପାଇଁ ଏହି ବ୍ରତ ବେଶ ଶୁଭ ବୋଲି କୁହାଯାଏ। ଶିବଙ୍କ ଅସୀମ କୃପା ପାଇବା ସହିତ ବ୍ଯକ୍ତିର ସମସ୍ତ ଦୁଃଖ ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ଆସିଥାଏ। ଏହି ଦିନ ହୋଲାଷ୍ଟକ ମଧ୍ୟ ଚାଲିଥାଏ। ୮ ଦିନ ପର୍ଯ୍ଯନ୍ତ ଶିବଙ୍କ ପୂଜା କରିବାର ବିଶେଷ ରୂପେ ଫଳଦାୟୀ ହୋଇଥାଏ।

shiva

ପ୍ରଦୋଷ ବ୍ରତର ଶୁଭ ସମୟ:

ତ୍ରେୟଦଶୀ ତିଥିର ପ୍ରାରମ୍ଭ ଆଜି ସକାଳ ୮ଟା ୨୧ରୁ ଆରମ୍ଭ ହୋଇଥିବା ବେଳେ ଶେଷ ଆସନ୍ତାକାଲି ଶନିବାର ସକାଳ ୬ଟା ୧୧ ପର୍ଯ୍ଯନ୍ତ ରହିବ। ପ୍ରଦୋଷ ବ୍ରତ ପୂଜା କରିବାର ଶୁଭ ସମୟ ଆଜି ସନ୍ଧ୍ଯା ୬.୩୬ ମିନିରୁ ୮.୫୬ ମିନିଟ୍ ପର୍ଯ୍ଯନ୍ତ ରହିଛି।

ବିଧି :

ପ୍ରଦୋଷ ବ୍ରତ କରିବା ଦିନ ସକାଳୁ ସ୍ନାନ କରିବା ପରେ ବ୍ରତ ସଂଙ୍କଳ୍ପ ନିଅନ୍ତୁ। ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ। ଧୂପ- ଦୀପ ଦେଇ ଭଗବାନ ଶିବଙ୍କୁ ଭୋଗ ଲଗାନ୍ତୁ। ପୂରା ଦିନ ବ୍ରତ ରଖିବା ଏବଂ ସନ୍ଧ୍ଯା ସମୟରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କକୁ ବିଧି ବିଧାନ ସହିତ ପୂଜା କରିବା ଉଚିତ। ଭଗବାନ ଶିବଙ୍କ ପୂଜା ସୂର୍ଯ୍ଯାସ୍ତ ହେବାର ୪୫ ମିନିଟପୂର୍ବରୁ ଏବଂ ପରେ କରିବା ଉଚିତ। ଏହି ଦିନ ଭଗବାନ ଶିବ ମନ୍ତ୍ର ଜପ କରିବା ଉଚିତ। ମାନ୍ଯତା ରହିଛି କି, ଏହି ଦିନ ଭଗବାନ ଶିବ ତ୍ରେୟାଦଶୀ ତିଥିରେ ସନ୍ଧ୍ଯା ସମୟରେ କୈଳାସ ପର୍ବତ ଉପରେ ନୃତ୍ୟ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.