ଜାମିନ ବିହୀନ ପରଓ୍ଵାନା ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍‌: ବନ୍ଧା ହେଲେ ୩ ହଜାର ୪୮୮ ପଳାତକ

ଭୁବନେଶ୍ବର(କେନ୍ଯୁଜ୍): ୩ ହଜାର ୪୮୮ ପଳାତକଙ୍କୁ ବାନ୍ଧିଲା ପୋଲିସ । ଜାମିନ ବିହୀନ ପରଓ୍ଵାନା ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍‌ । ୫ ତାରିଖରୁ ୧୪ ତାରିଖ ମଧ୍ୟରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଗିରଫ ହୋଇଛନ୍ତି । ୫୯୨ ଜଣ ବାଲେଶ୍ୱରରୁ ଗିରଫ କରିଛି ପୋଲିସ ।

ଗଞ୍ଜାମରେ ୫୫୧ ଓ ଖୋର୍ଦ୍ଧା ଜିଲ୍ଲାରେ ୫୧୬ ଜଣ ଗିରଫ ହୋଇଛନ୍ତି । ବିଭିନ୍ନ ଅଦାଲତରେ ଏହି ପଳାତକଙ୍କ ନାମରେ NBW ଜାରି କରିଥିଲେ । ପଳାତକଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.