Below header

KSOM ପକ୍ଷରୁ ତୃତୀୟ ଜାତୀୟ ବିଜିନେସ୍‌ ଆନାଲିଟିକ୍‌ କନ୍‌କ୍ଲେଭ ଅନୁଷ୍ଠିତ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ତୃତୀୟ ଜାତୀୟ ବିଜିନେସ୍‌ ଆନାଲିଟିକ୍‌ କନ୍‌କ୍ଲେଭ ଆଜି ଅନୁଷ୍ଠିତ ହୋଇଯାଇଛି । ଇଣ୍ଡଷ୍ଟ୍ରି, ଆନାଲିଟିକ୍ସ ଓ ଗ୍ରୋଥ ଇନ୍‌ ଦି ନେକ୍ସଟ ଡିକେଡ୍‌ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି ଦିନିକିଆ କନ୍‌କ୍ଲେଭରେ ଫ୍ରାକ୍ଟାଲ୍‌ର ଯୁଗ୍ମ ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶ୍ରୀକାନ୍ତ ବେଲାମାକାନି, ଟ୍ରାନ୍ସ ୟୁନିଅନର ଏସିଆ ପାସିଫିକ୍‌ ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଣ୍ଡା, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ ଅଭିବୃଦ୍ଧି ଓ ବିକାଶରେ ଯୁବଗୋଷ୍ଠୀଙ୍କ ସଂପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.