ବ୍ୟାଡ କୋଲେଷ୍ଟରାଲ କମ କରିବାର ବଢ଼ିଆ ଉପାୟ, ଆବଶ୍ୟକ ପଡିବନି ମେଡିସିନ୍‌

ରକ୍ତରେ କୋଲେଷ୍ଟରାଲ ମାତ୍ରା ଅଧିକ ହେଲେ ଏହା ହାର୍ଟ ଆଟାକ ଭଳି ବିପଦ ସୃଷ୍ଟି କରିଥାଏ । ହାଇକୋଲେଷ୍ଟରାଲ ଶରୀରରେ କୌଣସି ସଂକେତ ଦେଇ ନଥାଏ,ଏଥିପାଇଁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ । ଆଜିକାଲି ଲକ୍ଷ ଲକ୍ଷ ଲୋକ ହାଇକୋଲେଷ୍ଟରାଲ ସମସ୍ୟାର ସାମନା କରୁଛନ୍ତି । କୋଲେଷ୍ଟରାଲ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ଭଲ ବା ଗୁଡ କୋଲେଷ୍ଟରାଲ ଓ ଅନ୍ୟଟି ବ୍ୟାଡ ବା ଖରାପ କୋଲେଷ୍ଟରାଲ ।

ଗୁଡ କୋଲେଷ୍ଟରାଲକୁ ହାଇ ଡେନସିଟି ଲିପୋପ୍ରୋଟିନ(ଏଚଡିଏଲ) ଓ ବ୍ୟାଡ କୋଲେଷ୍ଟରାଲକୁ ଲୋ ଡେନସିଟି ଲିପୋପ୍ରୋଟିନ (ଏଲଡିଏଲ) କୁହାଯାଇଥାଏ । ଏହାକୁ ବହୁତ ମାରାତ୍ମକ ମନାଯାଇଥାଏ । ଯେଉଁଥିପାଇଁ ବ୍ଲଡ ଫ୍ଲୋ କମ ହୋଇ ହାର୍ଟ ଆଟାକ ବିପଦ ସୃଷ୍ଟି କରିଥାଏ । ତେବେ ଆମେ ଏଥିପାଇଁ ମେଡିସିନ ଉପରେ ନିର୍ଭର ନକରି କିଛି ଉପାୟ ଦ୍ୱାରା ବ୍ୟାଡ କୋଲେଷ୍ଟରାଲକୁ ଠିକ୍‌ କରିପାରିବା । ଆସନ୍ତୁ ଜାଣିବା ଉପାୟ ।

ସ୍ୱାସ୍ଥ୍ୟକର ଖାଦ୍ୟ

ଯଦି ଆପଣ କୋଲେଷ୍ଟରାଲକୁ କମ କରିବାକୁ ଚାହୁଁଛନ୍ତି, ତେବେ ଆମ ଆଖପାଖରେ ଥିବା ବହୁ ଜିନିଷକୁ ଆମେ ବ୍ୟବହାର କରିପାରିବା । ତେଣୁ ପ୍ରୋସେସ ଫୁଡ,ଲୁଣ ଓ ଚିନି ଅଧିକ ମାତ୍ରାରେ ଖାଇବା ବନ୍ଦ କରିବାକୁ ହେବ । ଏଥିସହ ଖିର ଜାତ ଦ୍ରବ୍ୟ ଏଲଡିଏଲକୁ କମ କରିଥାଏ । ସାଲମନ ମାଛ, ଅଖରୋଟ,ଆଳସୀ ଆଦି ରକ୍ତ ବାହିକା ପାଇଁ ବହୁତ ଭଲ ହୋଇଥାଏ ।

ମଦ ନ ପିଇବା

ମଦ ଏଚଡିଏଲ ବଢ଼ାଇବାର ଏକ ବଡ ମାଧ୍ୟମ । ସାଙ୍ଗ ସାଥୀଙ୍କ ସହ ପାର୍ଟି ଆଦିରେ ଏହା ଅଧିକ ବଢ଼ିଥାଏ । ତେଣୁ ମଦ ପିଇବା ବନ୍ଦ କରିବା ଉଚିତ୍‌ ।

ଓଜନ କମ କରିବା

କୋଲେଷ୍ଟରାଲ ଲେବଲ କମ କରିବାକୁ ଚାହୁଁଥିଲେ ଓଜନ କମ କରିବା ଆବଶ୍ୟକ । ଓଜନ ଅଧିକ ହେବା ଯୋଗୁ ରକ୍ତ ବାହିକା ଉପରେ ପ୍ରଭାବ ପକାଇବ । ତେଣୁ ଓଜନ କମ କରିବା ଜରୁରୀ ।

ବ୍ୟାୟାମ

କୋଲେଷ୍ଟରାଲ କମାଇବା ପାଇଁ ଉପଯୁକ୍ତ ଖାଦ୍ୟ ସହ ବ୍ୟାୟାମ ଜରୁରୀ ହୋଇଥାଏ । ଦିନରେ ଫିଜିକାଲ ଏକ୍ସରସାଇଜ ବଢ଼ାନ୍ତୁ । ପହଁରିବା, ସାଇକେଲ ଚଲାଇବା, ନାଚିବା ଆଦି ଜରୁର କରନ୍ତୁ । ପ୍ରତି ଅଧ ଘଣ୍ଟାରେ ଥରେ ଉଠନ୍ତୁ ଓ ଟିକେ ବୁଲି ଆସନ୍ତୁ । ଫିଜିକାଲ ଏକ୍ଟିଭିଟି ଦ୍ୱାରା ରକ୍ତରେ ଏଚଡଏଲ ବଢ଼ିବା ସହ ଏଲଡିଏଲ କମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.