ଆଜିଠୁ ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ୍: ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ । ଆସନ୍ତା ୩୦ ତାରିଖ ଯାଏ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜିଠୁ ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ ସାରା ସହର । ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ ।

ସେହିପରି ଆବଶ୍ୟକ ନଥିଲେ ଗ୍ରାମାଞ୍ଚଳ ଲୋକ ସହରାଞ୍ଚଳକୁ ନଯିବା ପାଇଁ ଅନୁରୋଧ କରିଛନ୍ତି ଗଞ୍ଜାମ । ୧୫ ଦିନ ପାଇଁ ସହରାଞ୍ଚଳକୁ ନଯିବା ପାଇଁ କୁହାଯାଇଛି । ଗହଳି ସ୍ଥାନକୁ ନଯିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ମାସ୍କ ବ୍ୟବହାର କରୁନ୍ତୁ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅନ୍ଯପଟେ ଗଞ୍ଜାମ ଜିଲ୍ଲାରେ ବିଶେଷ କରି ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଘରକୁ ଘର ବୁଲି ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ୭୦ଟି ଟିମ୍‌ ଗଠନ କରାଯାଇଛି । ସଟଡାଉନ ସମୟରେ ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣର ଯାଞ୍ଚ ଓ ହୋମ କ୍ୱାରେଣ୍ଟାଇନର ଷ୍ଟାଟସ ଚେକିଂ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.