ବଡ଼ବିଲ ଅଞ୍ଚଳରେ କଥାକଥାକେ ଫୁଟୁଛି ଗୁଳି, ଦିନ ଦ୍ବିପ୍ରହରେ ବିଜେଡିର ସକ୍ରିୟ କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
କେତେବଳେ ବ୍ୟବସାୟୀ ଦମ୍ପତି ଙ୍କୁ ଗୁଳି କରାଯାଇ ଜିବନ ନିଆ ଯାଉଛି ତ ଆଉ କେତେବେଳେ ଜମି ଡିଲ କରାଯାଉଥିବା ମାଲିକଙ୍କୁ ଗୁଳିକରି ହତ୍ୟା କରାଯାଉଛି। ଆଜି ସକାଳ ସମୟରେ ବଡ଼ବିଲ ପୌରପରିଷଦ ୬ ନମ୍ବର ୱାର୍ଡ ନିକଟରେ ଥିବା ମନି ଟାୱାର ରାସ୍ତା ଗୁଳିକାଣ୍ଡରେ ହୋଇଛି ରକ୍ତ ରଞ୍ଜିତ।
ଆନନ୍ଦପୁର(କେନ୍ୟୁଜ୍): ଅଶାନ୍ତ ହୋଇପଡିଛି କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳ। ଖଣିଖାଦାନ ଭରା ଏହି ଅଞ୍ଚଳରେ କଥାକଥାକେ ଫୁଟୁଛି ଗୁଳି। କିଛି ଦିନର ବ୍ୟବଧାନ ପରେ ଘଟୁଛି ଗୋଟିଏ ଗୋଟିଏ ଗୁଳିକାଣ୍ଡ ଏବଂ ଚାଲି ଯାଉଛି ଅନେକଙ୍କ ଜିବନ। ବିଗତ ୫ ମାସ ମଧ୍ୟରେ ବଡ ଧରଣର ୩ଟି ଗୁଳିକାଣ୍ଡରେ ଗଲାଣି ୪ ଜୀବନ। କେତେବଳେ ବ୍ୟବସାୟୀ ଦମ୍ପତିଙ୍କୁ ଗୁଳି କରାଯାଇ ଜୀବନ ନିଆଯାଉଛି ତ ଆଉ କେତେବେଳେ ଜମି ଡିଲ କରାଯାଉଥିବା ମାଲିକଙ୍କୁ ଗୁଳିକରି ହତ୍ୟା କରାଯାଉଛି। ଆଜି ସକାଳ ସମୟରେ ବଡ଼ବିଲ ପୌରପରିଷଦ ୬ ନମ୍ବର ୱାର୍ଡ ନିକଟରେ ଥିବା ମନିଟାୱାର ରାସ୍ତା ଗୁଳିକାଣ୍ଡରେ ହୋଇଛି ରକ୍ତ ରଞ୍ଜିତ। ସ୍ପଷ୍ଟ ଦିବାଲୋକରେ କେହି କିଛି ବୁଝିବା ପୂର୍ବରୁ ବିଜେଡି ର ସକ୍ରିୟ କର୍ମୀ ସୁନିଲ ସିହ୍ନା ଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛି।
ସୁନିଲ ନିଜ ଘରୁ ବଜାର ଆଡ଼କୁ ଚାଲି ଚାଲି ଯାଉଥିବା ସମୟରେ କେହି ଦୁର୍ବୃତ୍ତ ବାଇକ ଯୋଗେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛି। ସୁନିଲ ବଡ଼ବିଲ ପୌରପରିଷଦ ର ପୌରଧ୍ୟକ୍ଷ ଲାଲଟୁ ମହାନ୍ତ ଙ୍କର ଅତି ଘନିଷ୍ଠ ଥିବାରୁ ରାଜନୈତିକ ଶତ୍ରୁତା ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସୁନିଲ ଖଣି ରେ ଛୋଟମୋଟ ବ୍ୟବସାୟ କରୁଥିବା ବେଳେ ବ୍ୟବସାୟିକ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ଏଯାବତ୍ ପୋଲିସ୍ କୁ କୌଣସି ସୁରାକ ମିଳିନଥିବା ବେଳେ ତଦନ୍ତ ଶେଷ ନହେବା ଯାଏଁ ସ୍ପଷ୍ଟ ତଥ୍ଯ ସାମ୍ନା କୁ ଆସି ପାରୁନାହିଁ।
ଝାଡ଼ଖଣ୍ଡ ରାଜ୍ୟ ବଡ଼ବିଲ କୁ ଲାଗିଥିବା ବେଳେ ଅନେକ ଅପରାଧୀ ଏହାର ସୁଯୋଗ ନେଇ ଅପରାଧ ଘଟାଇ ଝାଡ଼ଖଣ୍ଡ ରାଜ୍ୟରେ ଆତ୍ମଗୋପନ କରିବାକୁ ସକ୍ଷମ ହେଉଛନ୍ତି। ଘଟଣା ଯାହାବି ହେଉନା କାହିଁକି ପୋଲିସ୍ ତତ୍ପରତା ର ସହ ଅପରାଧୀ ଙ୍କୁ ଧରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି ରଖିଛନ୍ତି।