ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ବନ୍ଦ, ଏବେ ୧୬ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର(କେନ୍ୟୁଜ୍):ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ବନ୍ଦ ହୋଇଛି। ବର୍ତ୍ତମାନ ହୀରାକୁଦର ୧୬ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜ। ହୀରାକୁଦର ଜଳସ୍ତର ୬୨୦.୭୧ ଫୁଟ। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୩ ବଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪ ହଜାର ୬ଶହ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି।

ମୁଣ୍ଡଳୀରେ ସକାଳ ୯ଟା ସୁଦ୍ଧା ୮ ଲକ୍ଷ ୫୭ ହଜାର ବନ୍ୟାଜଳ ପାସ୍‌ କରୁଛି। ଛତିଶଗଡରେ ସେଭଳି ବର୍ଷା ହୋଇନି। ସେଥିପାଇଁ ବନ୍ୟାଜଳ କମ୍‌ ନିଷ୍କାସନ ହେବ। ବର୍ଷାର ପରିମାଣକୁ ପର୍ଯ୍ୟାଲୋଚନା କରିବା ପରେ ଆଉ ଗେଟ୍‌ ବନ୍ଦ କରିବା ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.