ପୋଲିସ୍ ୟୁନିଫର୍ମରେ ଇନ୍ସପେକ୍ଟର ବଜାଇଲେ ବିନ୍‌, କନ୍‌ଷ୍ଟେବଳ ବାବୁ କଲେ ନାଗିନ୍‌ ଡ୍ୟାନ୍ସ : ଭିଡିଓ ଭାଇରାଲ

ଉତ୍ତରପ୍ରଦେଶ ପୋଲିସ ବାବୁମାନଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୋଲିସ ବାବୁଙ୍କ ବିନ୍‌ରେ କନ୍‌ଷ୍ଟେବଳ ନାଗିନ୍‌ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶ ପୂରନପୁର କୋତବାଲୀ ଥାନାର । ଭିଡିଓରେ କିଛି ପୋଲିସକର୍ମୀ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପରେ ଖୁସିରେ ନାଗିନ୍ ଡାନ୍ସ କରିବାର ନଜର ଆସୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲିସ ଅଫିସର ନାଗିନ୍‌ ଗୀତରେ ନାଚୁଛନ୍ତି, କନ୍‌ଷ୍ଟେବଳ ସାପ ହୋଇ ତଳେ ନାଚୁଥିବା ବେଳେ ସବ୍‌ଇନ୍ସପେକ୍ଟର ଜଣକ ହାତରେ ବିନ୍‌ ଧରି ନଚାଉଛନ୍ତି । ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସ୍ୱାଧିନତା ଦିବସର ପ୍ରସ୍ତୁତି ଚାଲିଥିବା ବେଳେ ଏହି ଭିଡିଓଟିକୁ ସୁଟ୍‌ କରାଯାଇଛି । ପୋଲିସ ଅଫିସର ଜଣକ ନାଚୁଥିବା ବେଳେ ଅନ୍ୟ ଅଧିକାରୀମାନେ ତାଳି ମଧ୍ୟ ମାରୁଛନ୍ତି ।

କହିରଖୁଛୁ ୭୬ ତମ ସ୍ୱାଧୀନତା ଦିବସରେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଗଲା । ପୋଲିସ ବିଭାଗ ମଧ୍ୟ ଆଜାଦିର ଅମୃତ ମହୋତ୍ସବକୁ ଧୁମଧାମରେ ପାଳନ କରିଥିଲା । ଏହି ଅବସରରେ ସବୁ ସ୍ଥାନରେ ସ୍ୱାଧୀନତା ଦିବସ ଉତ୍ସବ ରୂପେ ପାଳନ କରାଗଲା । ଏହି କ୍ରମରେ ପୁରନପୁର ଥାନାର ଏହି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ ମସ୍ତି ଭରା ମୁଡରେ ନଜର ଆସୁଛି ଏବଂ ନାଗିନ୍ ଡ୍ୟାନ୍ସ ମଧ୍ୟ କରିଛି ।

ଏହି ଭିଡିଓକୁ ଟ୍ୱିଟର୍‌ରେ ଜେକି ଯାଦବ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ସେ ଭିଡିଓରେ କ୍ୟାପ୍ସନ୍‌ରେ ଲେଖିଛନ୍ତି ଯେ, ଇନ୍ସପେକ୍ଟର ବାବୁ ବିନ୍‌ ଧରି କନ୍‌ଷ୍ଟେବଳଙ୍କୁ ନଚାଉଛନ୍ତି । ଏହି ଭିଡିଓକୁ ଏଯାଏଁ ୭୪ ହଜାର ଲୋକ ଦେଖିସାରିଛନ୍ତି ଓ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । କେତେକ କମେଣ୍ଟରେ ଲେଖିଛନ୍ତି ଯେ, ପୋଲିସ ବାବୁଙ୍କୁ ମଧ୍ୟ ମଜା କରିବାର ଅଧିକାର ଅଛି । ଏହାଦ୍ୱାରା କାହାର କୌଣସି କ୍ଷତି ମଧ୍ୟ ହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.