ସମ୍ପତ୍ତି ଭାଗବଣ୍ଟାକୁ ନେଇ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର(କେନ୍ୟୁଜ୍):  ସମ୍ପତ୍ତି ଭାଗବଣ୍ଟାକୁ ନେଇ ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ବାପା ସମେତ ୩ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍‌ । ଏହାସହ ୨୦ ହଜାର ଲେଖାଏଁ ଜୋରିମାନା ଶୁଣାଇଛନ୍ତି । ଗତ ୨୦୧୯ରେ କୋଷାଗୁମୁଡା ଥାନା ଗୁମଣ୍ଡଳି ଗାଁରେ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିଲା ।

ସାନଭାଇ ପଦ୍ମନ ନାୟକଙ୍କୁ ହତ୍ୟା କରିଥିଲେ ବାପା ଓ ୩ ଭାଇ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ଏହାର ଶୁଣାଣି କରି ଆଜୀବନ କାରାଦଣ୍ଡ ଦେଇଛନ୍ତି କୋର୍ଟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.