କାଲି ୧୦୫ଟି ପୌର ଉପାଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ,ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ଚାଲିବ ଭୋଟ ଗ୍ରହଣ

କେନ୍ୟୁଜ୍(ବ୍ୟୁରେ): ଆସନ୍ତାକାଲି ୧୦୫ଟି ପୌର ଉପାଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହେବ । ସେହିପରି ୭, ୮ ଓ ୯ରେ ୩ଟି ମହାନଗର ନିଗମ ଡେପୁଟୀ ମେୟର ନିର୍ବାଚନ ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆସନ୍ତାକାଲି ପୌର ଉପାଧ୍ୟକ୍ଷ ନିର୍ବାଚନ ନେଇ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ୧୧ଟାରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ, ଦିନ ଗୋଟାଏ ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ ।

ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ଭୋଟ ଗ୍ରହଣ କରାଯିବ । ଏହାପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ୭ରେ କଟକ ମହାନଗରର ଡେପୁଟୀ ମେୟର ପଦବୀ, ୮ରେ ବ୍ରହ୍ମପୁର ଓ ୯ରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟୀ ମେୟର ପଦ ପାଇଁ ନିର୍ବାଚନ ହେବ । ୨ରୁ ଅଧିକ ପ୍ରାର୍ଥୀ ରହିଲେ ରାଉଣ୍ଡ ୱାରି ଭୋଟିଂ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.