କୋରାପୁଟରେ ୪୦ କୋଟି ଟଙ୍କାର ଗଂଜେଇ ନଷ୍ଟ, ୨ ଜଣ ଚାଷୀଙ୍କୁ ଗିରଫ କଲା ନନ୍ଦପୁର ପୋଲିସ୍‌

କୋରାପୁଟ(କେନ୍ଯୁଜ୍): କୋରାପୁଟରେ ୪୦ କୋଟି ଟଙ୍କାର ଗଂଜେଇ ନଷ୍ଟ କଲା ଜିଲ୍ଲା ନନ୍ଦପୁର ପୋଲିସ୍‌ । ଏହା ସହ ଦୁଇ ଜଣ ଚାଷୀଙ୍କୁ ଗିରଫ କରାଯାଇଛି । ଲମତାପୁଟ ବ୍ଲକ ବାଲେଲ ଗାଁ ନିକଟରେ ପ୍ରାୟ ୪୦ ଏକର ଗଞ୍ଜେଇ ଚାଷ ସହ ଏକ କୁଇଣ୍ଟାଲ ମଞ୍ଜି ନଷ୍ଟ କରିଛି ପୋଲିସ୍‌ ।

ଗାଁରେ ବେଧଡକ ଭାବରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ନନ୍ଦପୁର ଏସଡ଼ିପିଓ । ଏହା ପରେ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରାଯାଇଥିଲା । ଦୁଇ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି । ଆଗକୁ ଜମି ଚିହ୍ନଟ କରି ମାଲିକାନା ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯିବ । ତେବେ ପ୍ରଥମ ଥର ପାଇଁ ୧ କୁଇଣ୍ଟାଲ ଗଞ୍ଜେଇ ମଞ୍ଜି ନଷ୍ଟ କରାଯାଇଥିବା କହିଛନ୍ତି ଏସଡ଼ିପିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.