Below header

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

ମୟୁରଭଞ୍ଜ(କେନ୍ୟୁଜ୍): ଲଡୁର ଦାମ ୫୫ ହଜାର ଟଙ୍କା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ମୟୁରଭଞ୍ଜ ଜିଲ୍ଲା କଳିଅଣା ବ୍ଳକ କୁଚେଇ ଦୁର୍ଗାପୂଜା ମଣ୍ଡପରେ ପ୍ରସ୍ତୁତ ୪୦ କିଲୋଗ୍ରାମ ଓଜନର ଦିବ୍ୟ ଲଡୁ ୫୫ ହଜାର ଟଙ୍କାରେ ନିଲାମ ହୋଇଛି । ପ୍ରଶାନ୍ତ କୁମାର ସିଂ ନାମକ ଜଣେ ବ୍ୟକ୍ତି ଏହି ଲଡକୁ ସର୍ବାଧିକ ଟଙ୍କାରେ ନିଲାମ କରିଛନ୍ତି । ୨୦୧୧ ମସିହାରୁ ଏଠାରେ ଲଡୁକୁ ନିଲାମ କରାଯାଉଛି । ୫୦ ବର୍ଷ ହେଲା ମଣ୍ଡପରେ ଦଶମୀ ପୂଜା ପରେ ଲଡୁ ପୂଜା ହୋଇଆସୁଛି । ଏହି ଦିବ୍ୟ ଲଡୁକୁ ଘରକୁ ନେଲେ ମା’ଙ୍କ ଶୁଭ ଦୃଷ୍ଟି ପଡେ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.