ବ୍ରହ୍ମପୁର ସିଟି ମେଡିକାଲ ଓ ବଡ ମେଡିକାଲ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

ବ୍ରହ୍ମପୁର(କେନ୍ୟୁଜ୍): ବୁଧବାର ବ୍ରହ୍ମପୁର ସିଟି ମେଡିକାଲ ଓ ବଡ ମେଡିକାଲ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ରୋଗିଙ୍କୁ କିଭଳି ସୁବିଧା ମିଳୁଛି, ମାଗଣା ଦିଆଯାଉଥିବା ଔଷଧ ଠିକ ଅଛି କି ନାହିଁ ସେ ନେଇ ତଦାରଖ କରିବା ସହ ମେଡିକାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ବିଶେଷକରି ନିରାମୟ ଔଷଧ ବିତରଣ କେନ୍ଦ୍ର ଭଡ ରହୁଥିବାରୁ ଆଉ ଏକ କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଇଥିଲେ । ଏଥିସହ ମେଡିକାଲର ନିଦାନ କେନ୍ଦ୍ରରେ ପ୍ରବଳ ଭିଡ ହେଉଥିବାରୁ ବରିଷ୍ଠ ନାଗରିକଙ୍କ ପାଇଁ ଗ୍ରାଉଣ୍ଡ ଫ୍ଳୋରରେ ଆଉ ଏକ କେନ୍ଦ୍ର ଖୋଲିବାକୁ କହିଛନ୍ତି । ମେଡିକାଲ ପରିସରରେ ଥିବା ଦୁଇଟି ଔଷଧ ଦୋକାନକୁ କାଗଜ ପତ୍ର ଯାଞ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଡ ମେଡିକାଲରେ ପରିଦର୍ଶନ କରି ମେଡିସନ ଦୋକାନ ଯାଞ୍ଚ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.