କିସ୍ ବିଶ୍ବବିଦ୍ୟାଳୟରେ ୪୦ହଜାର ଛାତ୍ରଛାତ୍ରୀ ଗାନ କଲେ ବନ୍ଦେ ଉତ୍କଳ ଜନନୀ
କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍- କିସ ବିଶ୍ବବିଦ୍ୟାଳୟରେ ଗାନ କରାଯାଇଛି ବନ୍ଦେ ଉତ୍କଳ ଜନନୀ । ଏକାସାଙ୍ଗରେ ୪୦ ହଜାର ଛାତ୍ର ଛାତ୍ରୀ ରାଜ୍ୟ ସଂଗୀତ ଗାନ କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍- କିସ ବିଶ୍ବବିଦ୍ୟାଳୟରେ ଗାନ କରାଯାଇଛି ବନ୍ଦେ ଉତ୍କଳ ଜନନୀ । ଏକାସାଙ୍ଗରେ ୪୦ ହଜାର ଛାତ୍ର ଛାତ୍ରୀ ରାଜ୍ୟ ସଂଗୀତ ଗାନ କରିଥିଲେ । ସେମାନଙ୍କ ଗହଣରେ ବନ୍ଦେ ଉତ୍କଳ ଜଜନୀ ଗାଇଥିଲେ କିଟ୍ ଓ କିସ୍ ପତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ । ଭୁବନେଶ୍ବର ସମେତ ବାରିପଦା, କଳାହାଣ୍ଡି ଓ ବଲାଙ୍ଗିରରେ ଥିବା କିସ୍ ଶାଖାରେ ବି ଏକାସଙ୍ଗେ ଗାନ କରାଯାଇଛି ରାଜ୍ୟ ସଙ୍ଗୀତ ।