କର୍ମଚାରୀଙ୍କ ପେଟ ଦେଖି ଚିନ୍ତାରେ ସରକାର, ଏବେ ମିଟିଙ୍ଗରେ ମିଳିବନି ସିଙ୍ଗଡ଼ା

ନିକଟରେ ସରକାରୀ ମିଟିଙ୍ଗ୍‌ ମାନଙ୍କରେ ଦିଆଯାଉଥିବା ଟିଫିନର ମେନ୍ୟୁ ପରିବର୍ତ୍ତନ କରାଯାଇଛି, ଯାହା ବର୍ତ୍ତମାନ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଏହି ନୂଆ ମେନ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭାରତର ପ୍ରତ୍ୟେକ ବ୍ୟକ୍ତି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖେ । ଥରେ ସରକାରୀ ଚାକିରି ହୋଇଗଲେ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଚିନ୍ତା ଯାଏ । ଲୋକମାନେ ଆରାମରେ ବସି ସରକାରୀ ଅଫିସରେ କାମ କରିବା ସହିତ ଚା’ ଓ ଜଳଖିଆର ମଜା ନିଅନ୍ତି । ଆପଣମାନେ ଜାଣିଥିବେ ସରକାରୀ ମିଟିଙ୍ଗରେ ସିଙ୍ଗଡ଼ା ଓ ଅନ୍ୟାନ୍ୟ ଖାଦ୍ୟ ଟିଫିନରେ ଦିଆଯାଏ କିନ୍ତୁ ଆଗାମୀ ଦିନରେ ଏଭଳି ହେବ ନାହିଁ ।

ନିକଟରେ ସରକାରୀ ମିଟିଙ୍ଗ୍‌ ମାନଙ୍କରେ ଦିଆଯାଉଥିବା ଟିଫିନର ମେନ୍ୟୁ ପରିବର୍ତ୍ତନ କରାଯାଇଛି, ଯାହା ବର୍ତ୍ତମାନ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଏହି ନୂଆ ମେନ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ମେନ୍ୟୁରେ ଆପଣ ସିଙ୍ଗଡ଼ା କି କଚୁଡ଼ି ପାଇବେ ନାହିଁ କେବଳ ଭଜା ଆଇଟମ୍ ପାଇବେ ।

ତେଲରେ ଛଣା ଯାଇଥିବା ଖାଦ୍ୟ ଯୋଗୁଁ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ଏହି କାରଣରୁ ମେନ୍ୟୁ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ମିଟିଙ୍ଗରେ ଭଜା ଚଣା, ଭଜା ବାଦାମ, ଡାଇଜେଷ୍ଟିଭ୍‌ ବିସ୍କୁଟ ଦିଆଯିବ । କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ମେନ୍ୟୁ ତିଆରି କରାଯାଇଛି । ଏହାକୁ ନେଇ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

ମିଟିଙ୍ଗରେ କେବଳ ଜଳଖିଆ ମେନ୍ୟୁ ବଦଳିଛି ତାହା ନୁହେଁ ପାନୀୟ ଜଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏବେ ପ୍ଲାଷ୍ଟିକ୍ ବୋତଲରେ ପାଣି ଦିଆଯିବ ନାହିଁ । କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କାଚ ଗ୍ଲାସ ଏବଂ କାଚ ବୋତଲରେ ପାଣି ଦିଆଯିବ । ଏହି ପରିବର୍ତ୍ତନ ବର୍ତ୍ତମାନ କେବଳ ସଚିବାଳୟ ବୈଠକରେ ଦେଖାଯିବ । ଏହାକୁ ନେଇ ୨୩ ଜାନୁଆରୀରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.