ସ୍କୁଲ ଯିବାବେଳେ ଜଳଖିଆ ଦେଲାନି ବୋଲି…ରଡ୍‌ରେ ପିଟି ମା’କୁ ମାରିଦେଲା ପୁଅ

କର୍ଣ୍ଣାଟକର ମୁଲବାଗଲ ସହରରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଏକ ମାମୁଲି କଥାକୁ ନେଇ ଏଠାରେ ଜଣେ ନାବାଳକ ପୁଅ ନିଜ ମା’କୁ ପିଟି ମାରିଦେଇଛି । ଏପରି କି, ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ମଧ୍ୟ ସ୍ୱୀକାର କରିଛି ।

କର୍ଣ୍ଣାଟକର ମୁଲବାଗଲ ସହରରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଏକ ମାମୁଲି କଥାକୁ ନେଇ ଏଠାରେ ଜଣେ ନାବାଳକ ପୁଅ ନିଜ ମା’କୁ ପିଟି ମାରିଦେଇଛି । ଏପରି କି, ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ମଧ୍ୟ ସ୍ୱୀକାର କରିଛି । ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି ।

ପୋଲିସକୁ ଦେଇଥିବା ବୟାନ ମୁତାବକ, ଶୁକ୍ରବାର ନାବାଳକ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ସେ ନିଜ ମା’ଙ୍କୁ ଜଳଖିଆ ଦେବା ପାଇଁ କହିଥିଲେ । ହେଲେ ମା’ ଜଳଖିଆ ଦେବାକୁ ମନା କରି ଦେଇଥିଲେ, ଯାହାଫଳରେ ନାବାଳକ ହଠାତ୍‌ ରାଗି ଯାଇଥିଲେ । ଏହାପରେ ସେ ନିଜ ମା’ଙ୍କ ମୁଣ୍ଡକୁ ଲୁହାରଡ୍‌ରେ ଶକ୍ତ ପ୍ରହାର କରିଥିଲେ, ଯଦ୍ଦ୍ଵାରା ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ପୋଲିସ କହିଛି ଯେ ଏହି ଘଟଣା ଘଟାଇବା ପରେ ନାବାଳକ ନିଜେ ଆସି ଥାନାରେ ପହଞ୍ଚିଥିଲେ ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହେବାକୁ କହିଥିଲେ । ଏହାପରେ ସେ ପୋଲିସକୁ ଜଣାଇଥିଲେ କି, ସେ ନିଜ ମା’ଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ନାବାଳକଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.