ଓଡ଼ିଶାରେ ମୋଦି: ସମ୍ବଲପୁର ଆଇଆଇଏମ କ୍ୟାମ୍ପସର କଲେ ଲୋକାର୍ପଣ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି। ଏହା ପରେ ବିଦ୍ଧିବଧ ଭଣେ ବସନ୍ତପୁର ସ୍ଥିତ ଆଇଆଇଏମ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି।

ଝାରସୁଗୁଡ଼ା (କେନ୍ୟୁଜ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି। ଏହା ପରେ ବିଦ୍ଧିବଧ ଭଣେ ବସନ୍ତପୁର ସ୍ଥିତ ଆଇଆଇଏମ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି। ଏଥିସହ ୬୮ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏଥିମଧ୍ୟରେ ରହିଛି ଶକ୍ତି, କୋଇଲା, ଯୋଗାଯୋଗ ଓ ରେଲୱେ ପ୍ରକଳ୍ପ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ ପ୍ରମୁଖ ଉପସ୍ଥିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ୪୧୨ କିଲୋମିଟର ଧାମରା-ଅନୁଗୋଳ ପାଇପଲାଇନ୍ ସେକ୍ସନର ଉଦଘାଟନ କରିବେ । ୬୯୨ କିଲୋମିଟର ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ସେକ୍ସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି-ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଓ NSPCL ରାଉରକେଲା ଦ୍ବିତୀୟ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣର ଲୋକାର୍ପଣ ହେବ । ଅନୁଗୋଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍-3, ୨୭ହଜାର କୋଟିରୁ ଅଧିକ ଟଙ୍କାରେ ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ସହ ସୋନପୁରରୁ ପୁରୀକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପରେ ରେମେଡ୍ ପଡ଼ିଆରେ ଗ୍ୟାରେଣ୍ଟି ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।ଏଥିରେ ପଶ୍ଚିମ ଓଡ଼ିଶାର ବିଜେପି ନେତା, କର୍ମୀ ଓ ଜନସାଧାରଣ ସାମିଲ ହେବେ । ଅପରାହ୍ ଣ ୩ଟା ୧୫ରୁ ୪ଟା ଯାଏ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ । କୁହାଯାଉଛି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁରରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ ମୋଦି। କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା ଅଛି । ଏଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଅନେକ ଗୁରୁତ୍ବ ରଖୁଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୭୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ବରେ ଅଛନ୍ତି ୨୫୦ରୁ ଅଧିକ ପୋଲିସ ଅଧିକାରୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.