ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ, ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ଜଳେଶ୍ୱର: ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫଶିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ। ଗତ ୧୬ତାରିଖରୁ ପ୍ରକାଶମ ଜିଲ୍ଲା ମାର୍କପୁରମକୁ ବିଏଡ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଓଡ଼ିଶାର କେତେକ ଛାତ୍ରଛାତ୍ରୀ। ପରେ କରୋନା ଭାଇରସ ସତର୍କତା ପାଇଁ ଆନ୍ଧ୍ରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଫେରିନପାରି ସେଠାରେ ଅଟକି ରହିଛନ୍ତି। ଏବେ ସେମାନଙ୍କ ପାଖରେ ସାଙ୍ଗରେ ନେଇଥିବା ଖାଦ୍ୟ ମଧ୍ୟ ସରିଯାଇଛି। ତେଣୁ ଏକ ଭିଡିଓ ଜାରି କରି ତୁରନ୍ତ ସେମାନଙ୍କୁ ଓଡ଼ିଶା ଫେରାଇବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.