କରୋନା ସହ ଲଢ଼ିବାକୁ ସହାୟତାର ହାତ ବଢ଼ାଇଲେ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ଦାନ କଲେ ୬ ମାସର ଦରମା

ଭାରତର ଶ୍ରେଷ୍ଠ ମଲ୍ଲଯୋଦ୍ଧା ତଥା ଏସିଆନ ସ୍ୱର୍ଣ୍ଣପଦକ ବିଜେତା ବଜରଙ୍ଗ ପୁନିଆ କରୋନା ଭାଇରସ ସହ ଲଢ଼ିବା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ମଲ୍ଲଯୋଦ୍ଧା ହରିୟାଣା କରୋନା ରିଲିଫ ଫଣ୍ଡକୁ ନିଜ ୬ ମାସର ଦରମା ଦାନ କରିଛନ୍ତି। ଏ ନେଇ ପୁନିଆ ନିଜେ ସୂଚନା ଦେଇଛନ୍ତି।


ପୁନିଆ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ” ମୁଁ ବଜରଙ୍ଗ ପୁନିଆ ନିଜ ୬ ମାସର ଦରମା ହରିୟାଣା କରୋନା ରିଲିଫ ଫଣ୍ଡରେ ସାହାଯ୍ୟ କରିବାକୁ ସମର୍ପଣ କରିଛି। ଜୟ ହିନ୍ଦ ଜୟ ଭାରତ”।


ତେବେ କରୋନା ପାଇଁ ଆର୍ଥିକ ସହାୟତା ଯୋଗାଇବାରେ ପୁନିଆ ପ୍ରଥମ ଖେଳାଳି। ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଖେଳାଳି କରୋନା ପାଇଁ ସାହାଯ୍ୟର ହାତ ବଢ଼ାଇ ନାହାନ୍ତି। ପୁନିଆଙ୍କ ଏହି ସହଯୋଗ ପାଇଁ ସୋସିଆଲ ମିଡିଆ ୟୁଜରଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.