ଚୀନ୍‌ରେ ଖୁସି ହେବାର ସମୟ ଆସି ନାହିଁ, ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରମଣ କଲା କରୋନା

ବେଜିଂ : ଗତକାଲି ଆମେ ସୂଚନା ପାଇଥିଲେ ଯେ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ବୁହାନ୍‌ ସହରରେ ଆଉ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏମିତିକି ଏହାକୁ ନେଇ ସେଠାରେ ସମସ୍ତେ ସେଲିବ୍ରେଟ୍‌ କରିଥିଲେ । ତେବେ ଆଜି ମଙ୍ଗଳବାର ଦିନ ଦେଶରେ ୭୮ ଜଣ ନୂଆ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆସିଛନ୍ତି ବିଦେଶରୁ । ପ୍ରାୟ ସପ୍ତାହେ ପରେ ବୁହାନ୍‌ରେ ମାତ୍ର ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜାଗାରେ ଅଧିକ ଲୋକଙ୍କୁ କୋଭିଡ-୧୯ ସଂକ୍ରମଣ ହୋଇଥିବା ଏବେ ତାଜା ସୂଚନା ମିଳିଛି ।

ତେବେ ଅନ୍ୟ ସବୁ ସ୍ଥାନ ଧୀରେ ଧୀରେ ସ୍ୱାଭାବିକ ହେଉଛି । ତେଣୁ ଚୀନ୍‌ ଆସନ୍ତାକାଲି ଠାରୁ ହ୍ୟୁବେଇ ଅଞ୍ଚଳରେ ଲାଗିଥିବା ପରିବହନ କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.