କରୋନା ଭାଇରସ ସତର୍କତା ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ସ୍ଥଗିତ ହେଲା ରାଜ୍ୟସଭା ନିର୍ବାଚନ । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କଲେ ଭାରତୀୟ ନିର୍ବାଚନ କମିଶନ । କରୋନା ଭାଇରସ ସତର୍କତା କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ କଲେ ଭାରତୀୟ ନିର୍ବାଚନ କମିଶନ । ସୂଚନା ଦେବା ଯୋଗ୍ୟକି, ଏଯାବତ ଭାରତରେ ୪୯୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ନିଷ୍ପତି ପରେ ପରବର୍ତ୍ତୀ ତାରିଖ ବିଷୟରେ ଘୋଷଣା କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶିନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.