କୋରାପୁଟରୁ ପୁଣି ୪୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ପୋଲିସ, ଜଣେ ଗିରଫ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ପୁଣି ସଫଳତା । ୪୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ସହ ଜଣେ ଗିରଫ । ବାଙ୍ଗରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣର ପ୍ରସ୍ତୁତି ବେଳେ ମାଡ଼ିବସିଥିଲା ଲମତାପୁଟ ପୋଲିସ । ଚଢଉରେ ୨୦ଟି ଗଞ୍ଜେଇ ବସ୍ତା ଜବତ ସହ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ।

ganjaj

ଗିରଫ ବ୍ୟକ୍ତି ବଲାଙ୍ଗୀର ଅଞ୍ଚଳର ସୁବାସ ନାୟକ । ଅନ୍ଧାରର ସୁଯୋଗ ନେଇ ଅନ୍ୟ ମାଫିଆମାନେ ସେଠାରୁ ଖସି ପଳାଇଥିଲେ । ଅଭିଯୁକ୍ତକୁ ଗିରଫ କରି ପଚାରଉଚାର ଜାରି ରଖିଛି ପୋଲିସ । ପଚରାଉଚରାରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର SDPO ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.