ନିଜ ମୃତ୍ୟୁ କଥା ଜାଣିପାରିଥିଲେ କି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲା ! ୨୯୫ ଗୀତରେ ଯାହା ଲେଖିଥିଲେ ଠିକ୍ ସେମିତି ହିଁ ହୋଇଛି ତାଙ୍କ ହତ୍ୟା

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ଘଟଣା ପୂରା ସିନେ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛି। ସିଦ୍ଧୁଙ୍କୁ ମେ’ ୨୯ ରେ କଳା ରଙ୍ଗର ଗାଡ଼ିରେ ଆସି ୨ ଜଣ ଦୁର୍ବୃତ୍ତ ଅନ୍ଧାଧୂନ ଫାୟାରିଂ କରିଥିଲେ। ଫଳରେ ଅବେଳରେ ଚାଲିଯାଇଥିଲା ଏହି ଲୋକପ୍ରିୟ ଗାୟକଙ୍କ ଜୀବନ। ତେବେ ଏବେ ତାଙ୍କ ମୃତ୍ୟୁ ପରେ କେତେକ ଅଦ୍ଭୁତ କଥା ସାମ୍ନାକୁ ଆସିଛି।
ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲା ଯେତେବେଳେ ନିଜ ପ୍ରଥମ ଗୀତ ୨୯୫ ଓ ଦ ଲାଷ୍ଟ ରାଇଡ୍ର ଲିରିକ୍ସ ଲେଖିଥିଲେ, ସେତେବେଳେ ସେ ଚିନ୍ତା ବି କରିନଥିଲେ ଯେ ଅଜାଣତରେ ସେ ନିଜ ମୃତ୍ୟୁର ତାରିଖ ଲେଖୁଛନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ମାନେ ଏବେ ଏ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।
ସିଦ୍ଧୁ ମୁସେଓ୍ଵାଲାଙ୍କୁ ନିର୍ମମ ହତ୍ୟା ପରେ ଫ୍ୟାନ୍ଙ୍କୁ ବଡ଼ ଝଟ୍କା ଲାଗିଛି। ପଞ୍ଜାବରେ ସ୍ଥିତି ସାଂଘାତିକ ଅଛି। ଲୋକମାନେ ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଗୋଟେ ପଟେ ଦୁଃଖରେ ତାଙ୍କ ଫ୍ୟାନ୍ମାନେ ଭାଙ୍ଗି ପଡ଼ିଥିବା ବେଳେ ଅନ୍ୟ ପଟେ ତାଙ୍କ ମୃତ୍ୟୁ ଓ ଗୀତର ଲିରିକ୍ସ ମଧ୍ୟରେ ଅଦ୍ଭୁତ ସଂଯୋଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।
What a Coincidence !
Track 295 :- aaj ki date n month 29-5
One of his last song was ” the Last Ride”💔#sidhumoosewala 💔 pic.twitter.com/2FpYQUxaHE
— Mubeen (@Mubeen66361115) May 29, 2022
ସିଦ୍ଧୁ ମୁସେଓ୍ଵାଲାଙ୍କ ଏକ ଗୀତର ଟାଇଟଲ ଥିଲା ୨୯୫ ଓ ତାଙ୍କ ମୃତ୍ୟୁର ତାରିଖ ହେଉଛି ୨୯-୫-୨୦୨୨ ଅର୍ଥାତ୍ ମେ ୨୯। କେବଳ ଏହି ଗୋଟିଏ ନୁହେଁ, ସିଦ୍ଧୁ ମୁସେଓ୍ଵାଲା ୧୪ ଦିନ ପୂର୍ବରୁ ନିଜ ଗୀତ ‘ଦ ଲାଷ୍ଟ ରାଇଡ୍’ ରିଲିଜ୍ କରିଥିଲେ। ଏହି ଗୀତର କଭର ପୂରା ସେମିତି, ଯେମିତି ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା କରାଯାଇଛି। ଯେଉଁଭଳି ଭାବେ Tupac ଙ୍କୁ ୧୯୯୬ ମସିହାରେ ତାଙ୍କ କାରରେ ଗୁଳିମାଡ଼ କରାଯାଇଥିଲା, ଠିକ୍ ସେହିଭଳି ସିଦ୍ଧୁ ମୁସେଓ୍ଵାଲାଙ୍କୁ ମଧ୍ୟ ୩୦ ରାଉଣ୍ଡ ଫାୟାରିଂ କରି ହତ୍ୟା କରାଯାଇଛି।
295 Forever pic.twitter.com/yn8WDpo6kG
— Ahmad (@mahmmadd_) May 29, 2022
ସେହିଭଳି ୨୯୫ ଗୀତରେ କିଛି ଲାଇନ୍ ଅଛି ଯାହାକୁ ହିନ୍ଦୀ ଅନୁବାଦ କଲେ ଏମିତି ହେବ- ନିୟମିତ କିଛି ନା କିଛି ବିବାଦ ହେଉଛି, ଧର୍ମ ନାଁରେ ଭାଷଣ ମିଳିବ, ସତ କହିଲେ ଧାରା ୨୯୫ ମିଳିବ, ଯଦି ଉନ୍ନତି କରିବ ତ ଘୃଣା ମିଳିବ। ଏହି ଲାଇନ୍ ସିଦ୍ଧୁ ମୁସେଓ୍ଵାଲାଙ୍କ ୨୯୫ ଗୀତରେ ବାରମ୍ବାର ଦୋହରା ଯାଇଛି। ଯାହା ଏବେ ତାଙ୍କ ମୃତ୍ୟୁ ସହ ସମାନ ଲାଗୁଛି।
The fact that Sidhu Moose Wala’s last song was named “THE LAST RIDE” and “295” which is today’s date and his cover is so similar to his death is all so damn crazyyyyy man fr pic.twitter.com/trEcTdSy4q
— yumna🌻 (@mujjycryarahahy) May 29, 2022
Also Read: ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ, କ’ଣ ସେବନ କଲେ ମହିଳାଙ୍କୁ ମିଳିବ ଅଖଣ୍ଡ ସୌଭାଗ୍ୟବତୀ ହେବା ଆଶୀର୍ବାଦ