ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାର ୪ର୍ଥ ଦିବସ, ସେବାୟତ ଓ ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ରଥଟଣା

କେନ୍ୟୁଜ (ବ୍ୟୁରୋ) : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାର ଚତୁର୍ଥ ଦିବସ। ପରମ୍ପରା ମୁତାବକ ଗତ ଶନିବାର ରଥ ପ୍ରତିଷ୍ଠା ପରେ ମା ଙ୍କ ବିଜେ ପ୍ରତିମା ରଥାରୂଢ଼ ହେବା ପରେ ରଥ ମନ୍ଦିର ଚତୁପାର୍ଶ୍ୱ ପରିକ୍ରମା କରିଥିଲା। କୋଭିଡ କଟକଣା ଭିତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ଘଣ୍ଟ ଘଣ୍ଟା, ଧ୍ୱନିରେ ରଥ ଟଣା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ରଥଟଣା ସମୟରେ ବିରଜା ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ବା ରଥ ଟାଣିବାକୁ ବାରଣ କରାଯାଇଛି। ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମନ୍ଦିର ଚାରିପଟେ ମାଙ୍କ ରଥ ବେଢା ପରିକ୍ରମା କରିବ। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଭାବେ ପରିଚାଳିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.