Below header

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଚଢ଼ାଉ ବେଳେ ଜବତ ହେଲା ୬ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି

କେନ୍ୟୁଜ (ବ୍ୟୁରୋ): କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ । ପାଖରେ ରହିଛି ୬ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ । ଚଢ଼ାଉ ବେଳେ ତାଙ୍କ ପାଖରେ ୬ କୋଟି ୫୩ ଲକ୍ଷ ୮୬ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ବାଲିପାଟଣାରେ ୪୮ଟି ଓ୍ଵାନ୍‌ ବିଏଚକେ ଫ୍ଲାଟ ରହିଛି ।

ଯାହାର ମୂଲ୍ୟ ୪ କୋଟି ୪ ଲକ୍ଷ ୨୮ ହଜାର ୬୩୦ ଟଙ୍କା ହେବ । ସେହିପରି ୯୩ ଲକ୍ଷ ୩୮ ହଜାର ୭୭୭ ଟଙ୍କାର ଦୁଇଟି ଦୁଇ ମହଲା କୋଠା ରହିଛି । ନହରକଣ୍ଟାରେ ୪ ଲକ୍ଷ ୪୮ ହଜାର ଟଙ୍କାର ଘର ରହିଛି । ସେହିପରି ଭୁବନେଶ୍ୱର ସମେତ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଓ ପୋଲସରାରେ ରହିଛି ୮ଟି ପ୍ଲଟ । ଯାହାର ମୂଲ୍ୟ ୪୩ ଲକ୍ଷ ୩୨ ହଜାର ଟଙ୍କା ହେବ । ୨୧ ଲକ୍ଷ ୮୭ ହଜାର ଟଙ୍କାର ୨ଟି ଚାରି ଚକିଆ ଗାଡ଼ି ରହିଛି । ବିଭିନ୍ନ ବ୍ୟାଙ୍କରେ ୭୨ ହଜାର ୮୨ ହଜାର ନଗଦ ଜମା ରହିଛି । ଏହାସହ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍‌ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.