ସ୍କୁଲ ଅଟୋକୁ ଧକ୍କାଦେଲା ଇଟା ବୋଝେଇ ଟ୍ରାକ୍ଟର, ୫ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର(କେନ୍ୟୁଜ୍) : ସ୍କୁଲ ଅଟୋକୁ ଧକ୍କାଦେଲା ଇଟା ବୋଝେଇ ଟ୍ରାକ୍ଟର । ଘଟଣାରେ ୫ ଛାତ୍ରଛାତ୍ରୀଙ୍କ ସମେତ ଅଟୋ ଚାଳକ ଆହତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଅଟୋଟି ପାଟପୁର ଅଞ୍ଚଳରୁ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛଣମେରି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲା। ସେହି ସମୟରେ ବୀପରିତ ଦିଗରୁ ଦୃତ ଗତିରେ ଆସୁଥିବା ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.