ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ, ବିବାହ ଭୋଜିରେ ଯୋଗଦେଲେ 5T ସଚିବ
ବିଧାୟକଙ୍କ ବିବାହ ଭୋଜିରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ 5T ସଚିବ ଭି.କେ ପାଣ୍ଡିଆନ । ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ବିବାହ ଭୋଜିରେ 5T ସଚିବ ଭି.କେ ପାଣ୍ଡିଆନ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା

ପାଲଲହଡ଼ା (କେନ୍ୟୁଜ): ବିଧାୟକଙ୍କ ବିବାହ ଭୋଜିରେ ସାମିଲ ହେଲେ 5T ସଚିବ ଭିକେ ପାଣ୍ଡିଆନ। ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିବାହ ଭୋଜିରେ ଯୋଗ ଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁକେଶଙ୍କ ନିମନ୍ତ୍ରଣ ରକ୍ଷା କରି ପାଲଲହଡାସ୍ଥିତ ବାଲିପଶି ଗାଁରେ ଥିବା ପୈତୃକ ଘରେ ଆୟୋଜିତ ବିବାହ ଭୋଜିରେ ସାମିଲ ହୋଇଥିଲେ ଭିକେ ପାଣ୍ଡିଆନ। ମୁକେଶ ପାଳଙ୍କ ବିବାହ ଭୋଜିରେ ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ, ଜିଲ୍ଲାର ବହୁ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।
୧୨ତାରିଖରେ ଅନୁଗୁଳ ବଣିଆ ବାହାଲର ମଧୁସୂଦନ ପଟନାୟକଙ୍କ ଏକମାତ୍ର କନ୍ୟା ଅବଲିଶା ପଟନାୟକଙ୍କୁ ବିବାହ କରିଛନ୍ତି ମୁକେଶ ପାଳ। ଅନୁଗୁଳର ଏକ ତାରକା ହୋଟେଲରେ ହୋଇଥିଲା ବିବାହ।