ଜିରାଙ୍ଗରେ ବୌଦ୍ଧ ମନ୍ଦିର ଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ

ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ। ଗଜପତି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜିରାଙ୍ଗ ସ୍ଥିତି ପଦ୍ମସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି 5T ସଚିବ ଭିକେ ପଣ୍ଡିଆନ୍‌। ମନ୍ଦିରରେ ପହଞ୍ଚିବା ପରେ ତିବ୍ଦତୀୟ ସମାଜ ପକ୍ଷରୁ ପାରମ୍ପରିକ ନୃତ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିଲା ।

ମୋହନା (କେନ୍ୟୁଜ): ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ। ଗଜପତି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜିରାଙ୍ଗ ସ୍ଥିତି ପଦ୍ମସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି 5T ସଚିବ ଭିକେ ପଣ୍ଡିଆନ୍‌। ମନ୍ଦିରରେ ପହଞ୍ଚିବା ପରେ ତିବ୍ଦତୀୟ ସମାଜ ପକ୍ଷରୁ ପାରମ୍ପରିକ ନୃତ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ମନ୍ଦିର ବେଢାରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂଜାର୍ଚ୍ଚନା କରିଥିଲେ 5 ଟି ସଚିବ। ଏହାପରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗସ୍ତ କରି ସେଠାରେ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

ଏହାପରେ ମୁନିସିଙ୍ଗି ସ୍କୁଲ ଯାଇ ପିଲାଙ୍କ ସହ କଥା ହେବେ ପାଣ୍ଡିଆନ। ପରେ ପାରଳାଖେମୁଣ୍ଡି ମ୍ୟୁନିସପାଲଟି, ଏନଏସିର କାଉନସିଲର ଓ ଚେୟାରମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ରାମସାଗର ଗସ୍ତ କରି ଏହାର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିବେ ଫାଇଭ-ଟି ସଚିବ। ସେହିପରି କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ଅନୁଧ୍ୟାନ କରିବେ। ପରେ ଗୋଷାଣୀ ବ୍ଲକ ଗସ୍ତକରି ମିଶନ ଶକ୍ତି କାଫେରେ ମାଆମାନଙ୍କ ସହିତ ଆଲୋଚନା କରିବେ।